ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ : ଟ୍ୱିଟ କରି ନିନ୍ଦା କଲେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ

ଆଜି ରାଜ୍ୟରେ ପଂଚାୟତ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ମତ ଦାନସରିଛି I ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଭଳି ଏ ଥର ମଧ୍ୟ ମତଦାନ ସମୟରେ ଯାଜପୁର ଜିଲାରେ କିଛି ସ୍ଥାନରେ ପ୍ରବଳ ହିଂସାକାଣ୍ଡ ହୋଇଛି I ସେହିଭଳି ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ମତଦାନ କେନ୍ଦ୍ରରେ କର୍ତବ୍ୟରତ ସାମ୍ବାଦିକମାନଙ୍କୁ ନିସ୍ତୁକ ମାଡ଼ ମରାଯାଇ କ୍ୟାମେରା ଭାଙ୍ଗିଦେଇଥିବାର ଦେଖାଯାଇଥିଲା I ଏହି ନିନ୍ଦନୀୟ ଘଟଣାକୁ ନେଇ ବିଜେଡି ବିଧାୟକ ତଥା ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟୁଇଟ୍ କରି ଲେଖିଛନ୍ତି, ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ସାମ୍ବାଦିକମାନଙ୍କୁ ହୋଇଥିବା ଆକ୍ରମଣ ଘଟଣାର ଦୃଢ଼ ନିନ୍ଦା କରୁଛି । ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ଏପରି କାର୍ଯ୍ୟ କରିଥିବା ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ ଲେଖିଛନ୍ତି ।