ଶେଷ ହେଲା କଂଗ୍ରେସର ବୈଠକ, ଅଧ୍ୟାଦେଶ ଉପରେ କେଜରିଓ୍ବାଲଙ୍କୁ ସମର୍ଥନ ଦେବାକୁ ନେଇ କିଛି ସ୍ପଷ୍ଟ ହେଲାନାହିଁ

ମଧ୍ୟପ୍ରଦେଶ ନିର୍ବାଚନର ରଣନୀତି, ପାଇଲଟ ଗେହଲୋଟଙ୍କ ବିବାଦ ଓ କେଜରିଓ୍ବାଲଙ୍କୁ ସମର୍ଥନ ଏସବୁ ପ୍ରସଙ୍ଗକୁ ନେଇ ସୋମବାର କଂଗ୍ରେସ ମୁଖ୍ୟାଳୟରେ ହୋଇଛି ବୈଠକ। ଏବେ ଏହି ବୈଠକ ଶେଷ ହୋଇଥିବା ବେଳେ କେଜରିଓ୍ବାଲଙ୍କୁ ସମର୍ଥନ ଦେବା ପ୍ରସଙ୍ଗରେ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ନ ଥିବା ଜଣାପଡିଛି।
କଂଗ୍ରେସ ନେତୃତ୍ୱ ଦିଲ୍ଲୀ ରାଜ୍ୟ କଂଗ୍ରେସର ନେତାମାନଙ୍କୁ ଦିଲ୍ଲୀ ସରକାର ଏବଂ ମିଳିତ ମଞ୍ଚ ସମ୍ବନ୍ଧରେ କେନ୍ଦ୍ରୀୟ ଆଦେଶର ମତ ବିଷୟରେ ପଚାରିଥିଲେ। ସମସ୍ତ ନେତା ମିଳିତ ମଞ୍ଚକୁ ବିରୋଧ କରିଥିଲେ। ଅଜୟ ମାକେନ ଏହି ନିୟମ ଉପରେ କେଜରିୱାଲଙ୍କୁ ସମର୍ଥନ ପ୍ରଶ୍ନକୁ ଦୃଢ ବିରୋଧ କରିଥିଲେ। ନେତାମାନେ କେଜରିୱାଲଙ୍କୁ ଭେଟିବାର ନିଷ୍ପତ୍ତି ହାଇକମାଣ୍ଡକୁ ଛାଡିଥିଲେ।

କେଜରିୱାଲ ଚାହୁଁଛନ୍ତି ଯେ କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ କଂଗ୍ରେସ ମଧ୍ୟ ଭୋଟ ଦେବ। ଏହି ପ୍ରସଙ୍ଗରେ କେଜରିୱାଲ ଏବଂ କଂଗ୍ରେସ ହାଇକମାଣ୍ଡଙ୍କ ମଧ୍ୟରେ ହୋଇଥିବା ବୈଠକରେ ଚିତ୍ର ସ୍ପଷ୍ଟ ହୋଇନାହିଁ। କେଜରିିୱାଲଙ୍କୁ ଭେଟିବା ନିଷ୍ପତ୍ତି ହାଇକମାଣ୍ଡଙ୍କ ଉପରେ ଛାଡି ଦିଆଯାଇଛି।

କେନ୍ଦ୍ର ଆଣିଥିବା ଏହି ନିୟମ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କଂଗ୍ରେସରୁ ସମର୍ଥନ ଲୋଡିଛନ୍ତି। କେଜରିୱାଲଙ୍କ ଆବେଦନ ଉପରେ କଂଗ୍ରେସ ମୁଖ୍ୟାଳୟରେ କେଜରିିୱାଲଙ୍କୁ ସମର୍ଥନ କିମ୍ବା ସମର୍ଥନ ନ କରିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ସମୟରେ କେତେଜଣ ନେତା ଏହି ନିୟମ ଉପରେ ନୀରବ ରହିଥିଲେ ହେଁ ଅଜୟ ମାକେନଙ୍କ ସମେତ ଆଉ କେତେଜଣ ନେତା ଏହାକୁ ବିରୋଧ କରିଥିଲେ।