ଏସିଆ କପ ୨୦୨୩ : ଆସନ୍ତାକାଲି ମୁଁହାମୁହିଁ ହେବେ ଭାରତ ଓ ପାକିସ୍ତାନ

ଏସିଆ କପ ୨୦୨୩ର ଦୁଇଟି ମ୍ୟାଚ ଖେଳା ଯାଇଥିବା ବେଳେ ଆସନ୍ତାକାଲି ଏହାର ତୃତୀୟ ମ୍ୟାଚ ଖେଳାଯିବ l ଏହି ତୃତୀୟ ମ୍ୟାଚ ଉପରେ ରହିଛି ସମସ୍ତଙ୍କର ନଜର l କାରଣ ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୨ ତାରିଖରେ ମୁଁହାମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ପାକିସ୍ତାନ lଚଳିତ ବର୍ଷ ଏସିଆ କପରେ ପାକିସ୍ତାନ ଦଳର ଏହା ଦ୍ଵିତୀୟ ମ୍ୟାଚ ହୋଇଥିବା ବେଳେ ଭାରତୀୟ ଦଳର ପ୍ରଥମ ମ୍ୟାଚ l ଅଗଷ୍ଟ ୩୦ ତାରିଖ ଦିନ ଖେଳା ଯାଇଥିବା ଏସିଆ କପର ପ୍ରଥମ ମ୍ୟାଚରେ ପାକିସ୍ତାନ ନେପାଳକୁ ହରାଇ ବିଜୟର ସହ ଆଗକୁ ବଢ଼ି ସାରିଛି l ତେଣୁ ଆସନ୍ତାକାଲି ମ୍ୟାଚରେ ମଧ୍ୟ ଭରାତ ପାଇଁ ଜିତିବା ଆବଶ୍ୟକ l ବିଜୟର ଲକ୍ଷ୍ୟ ନେଇ କାଲି ଉଭୟ ଦଳ ମଇଦାନକୁ ଓଲ୍ହାଇବେ l

ପାକିସ୍ତାନର ପ୍ରଥମ ମ୍ୟାଚର ବିଜୟ ପରେ ଏବେ ଗ୍ରୁପ-A ର ପଏଣ୍ଟ ଟେବୁଲରେ ୨ ପଏଣ୍ଟ ସହ ପାକିସ୍ତାନ ସବା ଉପରେ ରହିଛି l ସେହିପରି ଗତକାଲି ବାଂଲାଦେଶକୁ ୫ ୱିକେଟ୍ ସହ ହରାଇବା ପରେ ଗ୍ରୁପ -B ର ପଏଣ୍ଟ ଟେବୁଲରେ ଶ୍ରୀଲଙ୍କା ସର୍ବୋଚ୍ଚରେ ରହିଛି l ତେବେ ଆସନ୍ତାକାଲି ମ୍ୟାଚ କହିବ କି ପାକିସ୍ତାନ ପଏଣ୍ଟ ଟେବୁଲରେ ନିଜ ସ୍ଥାନ ବଞ୍ଚିତ ରଖିପାରୁଛି କି ନାହିଁ lତେବେ ଆସନ୍ତାକାଲିର ଭାରତ – ପାକିସ୍ତାନ ମ୍ୟାଚ ପଲ୍ଲେକେଲେ ଠାରେ ଥିବା ପଲ୍ଲେକେଲେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବା l ଦିନ ୩ ଟା ରୁ ଆରମ୍ଭ ହେବ ଏହି ମ୍ୟାଚ l ଏହି ମ୍ୟାଚର ପ୍ରସାରଣ ପ୍ରସାରଣ ଷ୍ଟାର ସ୍ପୋର୍ଟ୍ସ ନେଟୱର୍କ ସହ ଡିଜନୀ + ହଟଷ୍ଟାର ରେ କରାଯିବ l ତେଣୁ ସମସ୍ତେ ଏଠାରୁ ହିଁ ଘରେ ବାସି ମ୍ୟାଚର ଉପଭୋଗ କରିପାରିବେ l

ଭାରତୀୟ ଦଳର ସମ୍ଭାବ୍ୟ ଖେଳାଳି : ରୋହିତ ଶର୍ମା ( ଅଧିନାୟକ ), ହାର୍ଦିକ ପାଣ୍ଡିଆ ( ଉପ ଅଧିନାୟକ ), କେ ଏଲ ରାହୁଲ (ୱିକେଟ୍ କିପର ), ଶ୍ରେୟସ ଅୟର, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶୁଭମନ ଗିଲ, ତିଲକ ବର୍ମା, ଆକ୍ସର ପଟେଲ, ରବୀନ୍ଦ୍ର ଜାଡେଜା, ଈଶାନ କିଶନ, ସାର୍ଦୁଲ ଠାକୁର, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସାମି, ମହମ୍ମଦ ଶିରାଜ ଏବଂ ଯଶପ୍ରୀତ ବୁମରା lପାକିସ୍ତାନ ଦଳର ସମ୍ଭାବ୍ୟ ଖେଳାଳି : ବାବର ଆଜାମ (ଅଧିନାୟକ ), ମହମ୍ମଦ ତୟବ ତହିର, ଅବଦୁଲା ସଫକ, ଇମ୍ରାନ ଉଲ ହକ, ଫଖର ଜମାନ, ଇଫତିଖାର ଅହମଦ, ଆଘା ସଲମାନ, ଫହିମ ଅସରାଫ, ସଦାବ ଖାନ, ମହମ୍ମଦ ନବାଜ, ମହମ୍ମଦ ୱାସିମ୍, ମହମ୍ମଦ ହରିସ(ୱିକେଟ୍ କିପର ) , ମହମ୍ମଦ ରିଜ୍ୱାନ (ୱିକେଟ୍ କିପର), ନସୀମ ଶାହ, ହରିସ ରାଉଫ ଏବଂ ସହୀନ ଆଫ୍ରିଦି l