ଆର୍ଯ୍ୟନ ହେବେ ସୁନାପିଲା :ଏନ୍‌ସିବି ଆଗରେ ଶପଥ ନେଲେ

ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଆର୍ଯ୍ୟନ୍‌ ଖାନ ଜେଲ ରେରହିବେ I କ୍ରୁଜ ଭିତରେ ଚାଲୁଥିବା ଡ୍ରଗ୍ସ ପାର୍ଟି ରେ ଏନସିବି ଦ୍ୱାରା ଗିରଫ ହୋଇଥିଲେ ଆର୍ଯ୍ୟନ Iତାଙ୍କ ଜାମିନ ଆବେଦନ ଉପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ତାଙ୍କୁ ବେଲ୍‌ ମିଳିବ ନା ଜେଲ୍‌ ତାକୁ ନେଇ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ଆର୍ଯ୍ୟନ୍‌ ଏନ୍‌ସିବିକୁ ଏକ ବଡ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆଗରେ ଶପଥ ମଧ୍ୟ ନେଇ କହିଛନ୍ତି ‘ମୁଁ ଗୋଟିଏ ଦିନ ଏମିତି କାମ କରିବି, ଯାହାକୁ ନେଇ ଆପଣ ମୋ ଉପରେ ଗର୍ବ କରିବେ। ଭୁଲ୍‌ରେ ମଧ୍ୟ ଆଉ ଡ୍ରଗ୍ସ ଛୁଇଁବିନି’ I
ରିପୋର୍ଟ ଅନୁଯାୟୀ, ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ଵାଙ୍ଖଡେ ନିଜ ଦଳ ସହ ନିକଟରେ ଆର୍ୟନ ଖାନଙ୍କ କାଉନସେଲିଂ କରିଥିଲେ। ଏହି ସମୟରେ ଆର୍ଯ୍ୟନ୍‌ କାନ୍ଦି କାନ୍ଦି ତାଙ୍କୁ କହିଛନ୍ତି, ଜେଲ୍‌ରୁ ବାହାରିବା ପରେ ସେ ଭଲ ମଣିଷ ହେବେ। ଗରିବ ଏବଂ ଦୁର୍ବଳ ବର୍ଗଙ୍କ ସାହାଯ୍ୟ କରିବେ। ସେ କେବେ ଆଉ ଏମିତି କିଛି ଭୁଲ୍ କରିବେ ନାହିଁ, ଯଦ୍ଵାରା ସେ ପୁନର୍ବାର ଚର୍ଚ୍ଚାରେ ରହିବେ ବୋଲି ଆର୍ୟନ ଏନସିବି ଅଧିକାରୀଙ୍କୁ କହିଛନ୍ତି। ଆର୍ଯ୍ୟନ୍ ସହ ଗିରଫ ହୋଇଥିବା ଅନ୍ୟ ୭ ଜଣଙ୍କର ବୟସ ୩୦ ବର୍ଷରୁ କମ୍। ନିଶା ସେବନରୁ ମୁକ୍ତି ପାଇବା ପାଇଁ ସେମାନଙ୍କୁ ଏନଜିଓ ସାହାଯ୍ୟ କରୁଛି। ଏହି ଯୁବକମାନଙ୍କୁ ସମୀର ୱାଙ୍ଖଡେ ଏବଂ ଅନ୍ୟାନ୍ୟ ଏନସିବି ଅଧିକାରୀ ଏବଂ ସ୍ୱେଚ୍ଛାସେବୀମାନେ ଡ୍ରଗ୍ସର କୁପ୍ରଭାବ ବିଷୟରେ ଜଣାଇଛନ୍ତି। ସେମାନଙ୍କୁ ଡ୍ରଗ୍ସ ଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି।
ରିପୋର୍ଟ ଅନୁଯାୟୀ, ଆର୍ଯ୍ୟନ୍‌ ଖାନ ଏବେ ଆର୍ଥର ରୋଡ ଜେଲ୍‌ର କଏଦୀ ନମ୍ଵର ଏନ-୯୫୬। ଜେଲ୍‌ରେ କାହାରିକୁ ନାମରେ ନୁହେଁ ବରଂ ନମ୍ଵର ଆଧାରରେ ଡକାଯାଏ। ଆର୍ୟନ ଖାନଙ୍କୁ ମଧ୍ୟ କଏଦୀ ନମ୍ବରରେ ଡକାଯାଉଛି। ଅନ୍ୟପଟେ ଜେଲ୍‌ରେ ବାହାର ଖାଦ୍ୟକୁ ଅନୁମତି ନାହିଁ। ସେ ଜେଲ୍‌ ପୋଷାକ ନୁହେଁ, ଘରୁ ଆସିଥିବା ପୋଷାକ ପିନ୍ଧୁଛନ୍ତି। ଏହା ସହିତ ସେ ଜେଲ ର ଅନୁମତି ନେଇ ଭିଡିଓ କଲ ରେ ତାଙ୍କ ମା’ଗୌରୀ ଏବଂ ବାପା ଶାହରୁଖ ଙ୍କ ସହିତ କଥା ହୋଇଥିଲେ I

Comments (0)
Add Comment