ଅକ୍ଟୋବର ୨୬ ତାରିଖ ଯାଏଁ ଜେଲ୍‌ରେ ରହିବେ ଆର୍ଯ୍ୟନ ଖାଁ

ଅକ୍ଟୋବର ୩ ତାରିଖରେ ମୁମ୍ବଇସ୍ଥ ଏକ କ୍ରୁଜ ରୁ ହାଇପ୍ରୋଫାଇଲ ଡ୍ରଗ୍ସ ପାର୍ଟି ରୁ ଏନସିବି ଦ୍ୱାରା ଗିରଫ ହୋଇଥିଲେ ଆର୍ଯ୍ୟନ ଖାଁ I ଗତକାଲି ତାଙ୍କର ବହୁ ଆକାଂକ୍ଷିତ ଜାମିନ ଆବେଦନ ପୁଣି ଥରେ ଖାରଜ ହୋଇଯାଇଛି I ତାଙ୍କ ସହିତ ଅନ୍ୟ ଦୁଇ ଅଭିଯୁକ୍ତ ଅରବାଜ ମର୍ଚ୍ଚ।ଣ୍ଟ ଓ ମୁନମୁନ ଧମେଚା ଙ୍କ ଜାମିନ ଆବେଦନ କୁ ଖାରଜ କରିଦିଆଯାଇଛି I ଏହି ରାୟ ବିରୋଧରେ ଆର୍ଯ୍ୟନ ତୁରନ୍ତ ବମ୍ବେ ହାଇକୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି I ତେଣୁ ଏବେ ଅକ୍ଟୋବର ୨୬ ତାରିଖ ଯାଏଁ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍‌ରେ ରହିବେ ବଲିଉଡ୍‌ ଷ୍ଟାର୍ ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ। ତାଙ୍କ ଜାମିନ୍ ଆବେଦନ ଉପରେ ଆସନ୍ତା ମଙ୍ଗଳବାର (ଅକ୍ଟୋବର ୨୬) ଶୁଣାଣି ହେବ ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ।
ଆର୍ଯ୍ୟନ ଙ୍କ ସମେତ ଅନ୍ୟ ଦୁଇ ଅଭିଯୁକ୍ତ ଙ୍କୁ ଅକ୍ଟୋବର ୩ ରୁ ଅଟକ ରଖ ଯିବା ପରେ ୭ ରେ ଗିରଫ ହୋଇ ୮ ରୁ ଆର୍ଥର ରୋଡ଼ ଜେଲ ଓ ବୈକୁଁଲା ମହିଳା କାରାଗାର ରେ ରଖା ଯାଇଛି Iତେବେ ଏନେଇ ମଙ୍ଗଳବାର ଶୁଣାଣି କରାଯିବା ବୋଲି ଆଜି ହାଇକୋର୍ଟ କହିଛନ୍ତି । ଅନ୍ୟପକ୍ଷରେ ଆଜି ଆର୍ଥର ରୋଡ୍‌ ଜେଲ୍‌ରେ ପୁଅ ଆର୍ଯ୍ୟନଙ୍କୁ ଭେଟିଛନ୍ତି ଶାହରୁଖ। ଆଜି ସକାଳେ ସେ ସେଠାକୁ ଯାଇଥିଲେ। ପ୍ରାୟ ୧୫ ମିନିଟ୍ ଧରି ସେ ସାକ୍ଷାତକାର ପ୍ରକୋଷ୍ଠରେ ପୁଅ ସହିତ ଇଣ୍ଟରକମ୍‌ରେ କଥାବାର୍ତ୍ତା ହୋଇଥିଲେ। ସେତେବେଳେ ସେଠାରେ ଜେଲ୍‌ କର୍ମଚାରୀ ଉପସ୍ଥିତ ଥିଲେ। ତେବେ ଜେଲ୍‌ରେ ଥିବା ଆର୍ଯ୍ୟନଙ୍କ ସହିତ ତାଙ୍କ ବାପା ଶାହରୁଖ ଖାଁ ଓ ମା’ ଗୌରୀ ଖାଁ ଭିଡିଓ କଲ୍‌ ଯୋଗେ ଗତ ଶୁକ୍ରବାର କଥାବାର୍ତ୍ତା ହୋଇଥିଲେ। କରୋନା ଯୋଗୁ ମହାରାଷ୍ଟ୍ରରେ କୌଣସି ଜେଲ୍‌ରେ କଏଦୀ ଓ ବିଚାରାଧୀନ କଏଦୀଙ୍କୁ ସଂପର୍କୀୟ ମାନେ ଭେଟିବା ଉପରେ କଟକଣା ଜାରି ହୋଇଥିଲା। ସେଥିପାଇଁ ଭିଡିଓ କଲ୍‌ରେ ସଂପର୍କୀୟଙ୍କ ସହିତ କଥାବାର୍ତ୍ତା ହେବାର ବ୍ୟବସ୍ଥା କରାଯାଇଥିଲା। ତେବେ ଆଜି ଠାରୁ ସାରା ରାଜ୍ୟରେ ଏହି କଟକଣାକୁ ହଟାଇ ଦିଆଯାଇଛି।
ସୂଚନା ଯୋଗ୍ୟ ଆର୍ଯ୍ୟନ ନିୟମିତ ନିୟମିତ ନିଶା ସେବନ କରୁଥିବା ଓ ଆନ୍ତର୍ଜାତିକ ନିଶା ଦ୍ରବ୍ୟ କାରବାରି ଙ୍କ ସହ ସମ୍ପୃକ୍ତ ଥିବାର ପ୍ରମାଣ ମିଳିଥିବା ନେଇ ଏନସିବି ଯୁକ୍ତି ଆଧାର ରେ ବିଚାରପତି ରିଭି ପାଟିଲ ଙ୍କ ଦ୍ୱାରା ଜାମିନ ଆବେଦନ ଖାରଜ କରାଯାଇଛି I

Comments (0)
Add Comment