କୃଜ୍ ଡ୍ରଗ୍ସ ମାମଲାରେ ଆର୍ଯ୍ୟାନ୍ ଖାନ୍‌ଙ୍କୁ କ୍ଲିନ୍ ଚିଟ୍‌,NCB ଚାର୍ଜସିଟ୍‌ରେ ନାହିଁ ନାଁ

ମୁମ୍ବାଇର ବହୁ ଚର୍ଚ୍ଚିତ କୃଜ୍ ଡ୍ରଗ୍ସ ମାମଲାରେ ଜଡିତ ବଲିଉଡ୍ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍ ଖାନ୍‌ଙ୍କୁ ମିଳିଛି କ୍ଲିନ ଚିଟ I ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ଆର୍ଯ୍ୟନଙ୍କୁ ‘କ୍ଲିନ୍ ଚିଟ୍’ ମିଳିଛି। ଏନେଇ ଗଣମାଧ୍ୟମ ସୁତ୍ରରୁ ସୂଚନା ମିଳିଛି। ଗତ ବର୍ଷ ମୁମ୍ବାଇରେ ଏକ କୃଜ୍ ଉପରେ ଚଢାଉ ବେଳେ ଆର୍ଯ୍ୟନ୍ ଖାନଙ୍କୁ ଡ୍ରଗ୍ସ ମାମଲାରେ ଏନସିବି ଗିରଫ କରିଥିଲା।​ ଡ୍ରଗ୍ସ ମାମଲାରେ ଫସିଥିବା ଆର୍ଯ୍ୟନ୍ ଦୀର୍ଘ ୨୭ ଦିନ ଧରି ଜେଲ୍‌ରେ ରହିବା ପରେ କୋର୍ଟରୁ ଜାମିନ ମିଳିଥିଲା ।

ମୁମ୍ବାଇ କୃଜ୍ ଡ୍ରଗ୍ସ ମାମଲାରେ ଏନସିବି ପକ୍ଷରୁ ଦାଖଲ କରାଯାଇଥିବା ଚାର୍ଜଶିଟ୍‌ ରେ ଆର୍ଯ୍ୟନ ଖାଁ ଙ୍କ ନା ଉଲ୍ଲେଖ ନ ଥିବା ଜଣା ପଡିଛି । କୃଜ୍ ଡ୍ରଗ୍ସ ମାମଲାରେ ଏନସିବି ୬ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲେ । ଏଥିରେ କୁହାଯାଇଛି ଯେ ଆର୍ଯ୍ୟନ ଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ । ଗତବର୍ଷ ଅକ୍ଟୋବରରେ ମୁମ୍ବାଇ ସମୁଦ୍ରକୂଳରେ କ୍ରୋଡ୍ରୋଲିଆ କ୍ରୁଜ ଜାହାଜ ଉପରେ ଏନସିବି ଚଢାଉ କରିଥିଲା । ସେଠାରୁ ୨୩ ଜଣଙ୍କୁ ଗିରଫ କରାଯାଇଥିଲା ଯେଉଁଥିରେ ଆରୟନ ଖାନ ସାମିଲ ଥିଲେ ।ଏହି ଚୂଡ଼ାନ୍ତ ଚାର୍ଜଶିଟ୍‌ରେ ଆର୍ଯ୍ୟନଙ୍କ ସମେତ ମୋଟ ୬ ଜଣଙ୍କ ନାଁକୁ ବାଦ ଦିଆଯାଇଛି।

କୃଜ୍ ଡ୍ରଗ୍ସ ମାମଲାରେ ଏନସିବି ପକ୍ଷରୁ ଶୁକ୍ରବାର ଦିନ ସ୍ପେଶାଲ୍‌ କୋର୍ଟ ପକ୍ଷ ରୁ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ନିର୍ଦ୍ଦୋଶ ସାବ୍ୟସ୍ତ କରିଛନ୍ତି । ଏନସିବିର ଡିଡିଜି (ଅପରେସନ୍ସ) ସଞ୍ଜୟ କୁମାର ସିଂଙ୍କ ଏକ ବିବୃତ୍ତିରେ କହିଛନ୍ତି କି ଆର୍ଯ୍ୟନ୍ ଏବଂ ମୋହକ ବ୍ୟତୀତ ସମସ୍ତ ଅଭିଯୁକ୍ତଙ୍କ ଠାରୁ ନିଶା ସାମଗ୍ରୀ ଜବତ ହୋଇଥିଲା। ଏନଡିପିଏସ ଆକ୍ଟର ବିଭିନ୍ନ ବିଭାଗ ଅଧୀନରେ ୧୪ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟ ୬ଜଣଙ୍କ ବିରୋଧରେ ପ୍ରମାଣ ନଥିବାରୁ ଅଭିଯୋଗ ପଞ୍ଜୀକୃତ ହୋଇନାହିଁ। ତେବେ ସେତେବେଳେ ଏହି ଘଟଣାକୁ ନେଇ ସାରା ଦେଶରେ ତମ୍ବିତୋଫାନ ଦେଖିବାକୁ ମିଳିଥିଲା।