ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲା : ତଦନ୍ତ ଦାୟିତ୍ବ ସମୀର ଙ୍କ ହାତରୁ କଢାଗଲା

କ୍ରୁଜ୍ ଡ୍ରଗସ୍‌ ପାର୍ଟି ମାମଲାରେ ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଏନସିବି ଦ୍ୱାରା ଗିରଫ ହୋଇଥିଲେ । ତାଙ୍କୁ ଗିରଫ କରିଥିବା ଏନସିବି ମୁମ୍ବାଇ ଜୋନାଲ ମୁଖ୍ୟ ସମୀର ୱାଙ୍ଖଡେ ଙ୍କ ପ୍ରତି ଏବେ ଅଡୁଆ ବଢିଛି I ସେ ଏବେ ଏହି ମାମଲାରେ ତଦନ୍ତ କରିବେନାହିଁ ବୋଲି ଜଣା ପଡିଛି ଏପରିକି ତାଙ୍କ ହାତରୁ ଏବେ ନବାବ ମଲ୍ଲିକ ଜ୍ୱାଇଁ ର ଡ୍ରଗ୍ସ କେଶ ସହିତ ୬ ଟି ହାଇପ୍ରୋଫାଇଲ କେଶ କୁ କାଢି ନିଆ ଯାଇଛି I ଏହା ସହିତ ଏବେ ଏହି ମାମଲାର ତଦନ୍ତ ଓ ଆଗାମୀ କାର୍ଯ୍ୟାନୁଷ୍ଠାନ ମୁମ୍ବାଇ ଜୋନ ଏନସିବି ହାତରେ ରହିବନି।
ତେବେ ଏନସିବି ମୁମ୍ବାଇ ଜୋନର ସମୀର ୱାଙ୍ଖଡେ ଏବେବି ନିର୍ଦ୍ଦେଶକ ଅଛନ୍ତି। ହେଲେ ଆର୍ୟନ ଖାନ, ନବାବ ମଲ୍ଲିକଙ୍କ ଜ୍ୱାଇଁ ସମେତ ୬ଟି କେସ୍‌ର ତଦନ୍ତ ଏନସିବି ଅଧିକାରୀ ସଞ୍ଜୟ ସିଂହଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଟିମ୍‌ କରିବେ ବୋଲି ଜଣାପଡିଛି। କୁହାଯାଉଛି ଆର୍ୟନଙ୍କ କେସ୍‌ରେ ସମୀର ୱାଙ୍ଖଡେଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଉଠିଥିଲା। ଏପରିକି ଜଣେ ସାକ୍ଷୀ ଲାଞ୍ଚ ଅଭିଯୋଗ ମଧ୍ୟ ଆଣିଥିଲେ। ଏଣୁ ବର୍ତ୍ତମାନ ଲାଗି ସମୀର ୱାଙ୍ଖଡେଙ୍କୁ କେସ୍‌ ଦାୟିତ୍ୱରୁ ହଟାଇ ଦିଆଯାଇଥିବା ବେଳେ ସଞ୍ଜୟ ସିଂହଙ୍କୁ ନ୍ୟସ୍ତ କରାଯିବ ବୋଲି ଜଣାପଡିଛି। କିନ୍ତୁ ପରବର୍ତ୍ତୀ ସମୟରେ ଲାଞ୍ଚ ମାଗିବା କେଶ ଟି ତାଙ୍କୁ ଫସାଇବା ଉଦ୍ଦେଶ୍ୟରେ କରାଯାଇଥିଲା ବୋଲି ଜଣାପଡିଛି I

ଏ ସମ୍ପର୍କରେ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନବାବ ମଲ୍ଲିକ ଏହା କେବଳ ଆରମ୍ଭ ମାତ୍ର, ଦେଖନ୍ତୁ ଆଗକୁ ଆଉ ସବୁ କଣ ହେଉଛି ବୋଲି କହିଛନ୍ତି। ଏବେ ସିଷ୍ଟମକୁ ମୂଳରୁ ଉପୁଡାଯିବ ବୋଲି ସେ କହିଛନ୍ତି। ସେପଟେ ବମ୍ବେ ହାଇକୋର୍ଟରୁ ଜାମିନରେ ମୁକୁଳିଥିବା ଆର୍ୟନ ଖାନ ଶୁକ୍ରବାର ଏନସିବି କାର୍ଯ୍ୟାଳୟକୁ ଆସି ତାଙ୍କ ସାପ୍ତାହିକ ହାଜିରା ଦେଇଛନ୍ତି।

Comments (0)
Add Comment