ଅକ୍ଟୋବର ୭ ତାରିଖ ଯାଏଁ ଏନ୍‌ସିବି ରିମାଣ୍ଡରେ ଆର୍ଯ୍ୟନ୍,ଅରବାଜ ମର୍ଚାଣ୍ଟ ଓ ମୁନମୁନ ଦମେଚା

ଆସନ୍ତା ୭ ଯାଏଁ ଏନ୍‌ସିବି ରିମାଣ୍ଡରେ ରହିବ ଆର୍ଯ୍ୟନ୍ ଖାନ । NCB ଆର୍ଯ୍ୟନ୍‌ଙ୍କ ସମେତ ଅରବାଜ ମର୍ଚାଣ୍ଟ ଏବଂ ମୁନମୁନ ଦମେଚାଙ୍କୁ ମଧ୍ୟ ଆସନ୍ତା ୭ ତାରିଖ ଯାଏଁ ରିମାଣ୍ଡରେ ନେଇଛି । ୧୩ ଅକ୍ଟୋବର ଯାଏଁ ଏହି ୩ ଜଣଙ୍କୁ ରିମାଣ୍ଡରେ ନେବାକୁ କୋର୍ଟଙ୍କୁ ଅପିଲ କରିଥିଲା ଏନ୍‌ସିବି । ତେବେ ବର୍ତ୍ତମାନ ଆର୍ଯ୍ୟନଙ୍କୁ ବେଲ ମିଳିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।
ସୂଚନାଯୋଗ୍ୟ, ମୁମ୍ବାଇରେ ମଝି ସମୁଦ୍ର ରେ ରାତି ଅଧରେ ଚାଲିଥିଲା ହାଇପ୍ରୋଫାଇଲ ଡ୍ରଗ୍ସ ପାର୍ଟି ଇ ମୁମ୍ବାଇ ରୁ ଗୋଆ ଯାଉଥିବା କୋର୍ଡେଲିଆକୄଜ ରେ ହେଉଥିଲା ଏହି ରେଭ ପାର୍ଟି ଏହି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାଁ ସହିତ ୮ ଜଣଙ୍କୁ ଗିରଫ କରିଛି NCB । ଉକ୍ତ ପାର୍ଟିରେ ଡ୍ରଗ୍ସ ବ୍ୟବହାର କରାଯିବା ନେଇ NCB କୁ ପୂର୍ବରୁ ସୂଚନା ମିଳିଥିଲା । ଶନିବାର ଦିନ ରେଭ ପାର୍ଟି ଚାଲିଥିଲାବେଳେ ସେ ଚଢ଼ଉ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, କ୍ରୁଜରୁ ବହୁ ପରିମାଣର ଡ୍ରଗ୍ସ ଜବତ ହୋଇଛି। ଏହାର ମୂଲ୍ୟ କୋଟି କୋଟି ଟଙ୍କା ବୋଲି କୁହାଯାଇଛି।

Comments (0)
Add Comment