ଆର୍ଥର ରୋଡ଼ ଜେଲ ଆର୍ଯ୍ୟନ ଙ୍କ ନୂଆ ଠିକଣା

ସିନେ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଙ୍କ ନୂଆ ଠିକଣା ପାଲଟିଛି ଆର୍ଥର ରୋଡ ଜେଲ । ୮ ତାରିଖ ଜାମିନ ଆବେଦନ ଖାରଜ ପରେ ଏବେ ଆର୍ଥର ଜେଲ ପାଲଟିଛି ଆର୍ଯ୍ୟନ ଙ୍କ ନୂଆ ଠିକଣା ।ଏକଦା ଆତଙ୍କବାଦୀ କସାଵ ,ଅରୁଣ ଗାୱଲୀ,ମୁସ୍ତାଫା,ଅବୁ ସାଲେମ ,ଛୋଟା ରାଜନ ଙ୍କ ସହ ଅଭିନେତା ସଞ୍ଜୟ ଦତ୍ତ ଯେଉଁ ଜେଲ ରେ ଦିନ ବିତାଇଥିଲେ ,ସେଠାରେ ରହିବେ ଆର୍ଯ୍ୟନ ଖାଁ I ସେଠାରେ ତାଙ୍କୁ କୌଣସି ସ୍ୱତନ୍ତ୍ର ସୁବିଧା ସୁଯୋଗ ମିଳିବ ନାହିଁ I ସେ ସାଧାରଣ ବିଚାରାଧୀନ କୈଦୀ ଙ୍କ ଭଳି ରହିବେ I ତାଙ୍କୁ ପ୍ରତ୍ୟହ ସକାଳ ୬ ଟାରେ ଶଯ୍ୟା ତ୍ୟାଗ କରିବାକୁ ପଡିବ ସହିତ ସାଧାରଣ ଶୌଚାଳୟ ବ୍ୟବହାର କରିବାକୁ ପଡିବ ଇ ଏହା ପରେ ଜେଲ ନିୟମ ଅନୁସାରେ ସକାଳ ୭ ଟାରେ ଜଳଖିଆ ଓ ପୂର୍ବାହ୍ନ ୧୧ ଟାରେ ମାଧ୍ୟାନ ଭୋଜନ (ଭାତ ,ରୁଟି ,ଡାଲି ,ତରକାରୀ) କରିବେ I ସେହିପରି ସନ୍ଧ୍ୟା ୬ଟାରେ ଜଳଖିଆ ସାଙ୍ଗକୁ ରାତି ୮ଟାରେ ରାତ୍ରି ଭୋଜନ ଶେଷ କରିବାକୁ ପଡିବ I ଘର ଖାଦ୍ୟ କୁ ଅନୁମତି ମିଳିବ ନାହିଁ , ସେମାନେ ଚାହିଁଲେ ଜେଲ କ୍ୟାଣ୍ଟିନ ରେ ଖାଦ୍ୟ କିଣି ଖାଇପାରିବେ ଏବଂ ଏହା ବାବଦ କୁ ଅର୍ଥ ମନି ଅର୍ଡର ଦ୍ୱାରା ଅସୁଲ କରାଯିବ I

ସୂଚନା ଅନୁସାରେ ଗତ ଅକଟୋବର ୩ ତାରିଖରେ ମୁମ୍ବାଇ ର ଏକ କ୍ରୁଜ ରେ ରେଭ ପାର୍ଟି ଚାଲୁଥିବା ସମୟରେ ଏନସିବି ଦ୍ୱାରା ଗିରଫ ହୋଇଥିଲେ ଆର୍ଯ୍ୟନ ଙ୍କ ସହିତ ତାଙ୍କର ଅନ୍ୟ ୮ ବନ୍ଧୁ I ମୁମ୍ବାଇ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଙ୍କ ନିକଟ ରେ ଆର୍ଯ୍ୟନ ଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା I ସମସ୍ତ ଅଭିଯୁକ୍ତ ପ୍ରଭାବଶାଳୀ ହୋଇଥିବାରୁ ଜାମିନ ମିଳିଲେ ମାମଲାର ତଦନ୍ତ ରେ ବାଧା ଉପୁଜିବ ଏବଂ ସମସ୍ତ ଅଭିଯୁକ୍ତ ନିଶାଡୀବୋଲି ଯୁକ୍ତି କରାଯାଇଥିଲା I ତେଣୁ ବେଲରେ ଗଲେ ଆର୍ଯ୍ୟନ କାଳେ ଦେଶ ଛାଡି କୁଆଡେ ଚାଲିଯିବେ କିମ୍ବା କିଛି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରବେ । ତେଣୁ ତାଙ୍କୁ ଜାମିନ ଆଇନ ସମ୍ମତ ନୁହେଁ ବୋଲି କୋର୍ଟରେ ଯୁକ୍ତି ଦର୍ଶାଇଥିଲା ଏନସିବି I

Comments (0)
Add Comment