ନକଲି ଡାକ୍ତରୀ ଛାତ୍ରଙ୍କ କଳା କାରନାମା

ନକଲି ଡାକ୍ତରୀ ଛାତ୍ରଙ୍କ ଅଭିନବ ଉପାୟରେ ଠକେଇ ଫର୍ମୁଲା I ନିଜକୁ ଏମକେସିଜିରେ ଗାଇନୋକୋଲୋଜିଷ୍ଟ ଡାକ୍ତର ବୋଲି ପରିଚୟ ଦେଇ ଅନ ଲାଇନ ଜରିଆରେ ବିବାହ ବିଜ୍ଞାପନ ଦେଇ କରନ୍ତି ଲୁଟ I ଏହିପରି ଅଭିନବ ଉପାୟରେ ଜଣେ ପରେ ଝିଅ ଙ୍କୁ ନିଜ ପ୍ରେମ ଜାଲ ରେ ଫସାଇ ଲୁଟ କରୁଥିଲେ I ଏହି ଫର୍ମୂଲା ରେ ସେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଯୁବତୀଙ୍କୁ ନିଜ ଶିକାର ବନାଇ ସାରିଥିଲେ । ଏପରି ନକଲି ଡାକ୍ତରୀ ଛାତ୍ର ହେଲେ କଟକ ଜିଲ୍ଲାର ବଡମ୍ବା ଅଞ୍ଚଳର ପ୍ରଭାସ ରାଜ I ତାଙ୍କ ବିରୁଦ୍ଧରେ ଶହିଦନଗର ପୁଲିସ୍‌ ନିକଟରେ କେଶ ଦେଇଛନ୍ତି ଠକାମୀ ର ଶିକାର ଜନୈକ ଯୁବତୀ I
ଘଟଣାରୁ ପ୍ରକାଶ କିଛିଦିନ ପୂର୍ବରୁ ଜଗସିଂହପୁର ଅଞ୍ଚଳର ଜଣେ ଝିଅ ଙ୍କୁ ମାଟ୍ରିମୋନିଆଲ ସାଇଟରୁ ବିବାହ ପାଇଁ ପ୍ରସ୍ତାବ ଆସିଥିଲା । ପ୍ରସ୍ତାବ ଦେଇଥିବା ଯୁବକ ନିଜକୁ ପ୍ରଭାସ ରାଜ ଏବଂ ସେ ଏମ୍‌କେସିଜିରେ ଡାକ୍ତର ଥିବା ଦର୍ଶାଇଥିଲେ । ଯୁବକ ଉଚ୍ଚ ଶିକ୍ଷିତ ଦେଖିବା ପରେ ଉକ୍ତ ଝିଅ ତାଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ ଏବଂ ଉଭୟ ଙ୍କ ମଧ୍ୟରେ ହ୍ୱାଟସ୍‌ଆପ୍‌ରେ ବାର୍ତାଳାପ ହୋଇଥିଲା ।
ଏହାପରେ ଠକ ଛାତ୍ର ନିଜର ଠକାମୀ ର ଧାରା ଚାଲୁ ରଖିଥିଲେ I ଦୁହିଁଙ୍କ ମଧ୍ୟରେ କ୍ରମେ ପ୍ରମ ସମ୍ପର୍କ ଆଗକୁ ବଢିବାପରେ ଏହା ବିବାହ ରୂପ ନେଇଥିଲା I ଏହି ସମୟରେ ଠକ ପ୍ରଭାସ ଉକ୍ତ ଯୁବତୀ ଙ୍କୁ ଏକ ନାମୀ ଦାମୀ ହୋଟେଲ କୁ କ୍ୟାଣ୍ଡଲ ଲାଇଟ ଦିନର ପାଇଁ ଆମନ୍ତ୍ରଣ କରିଥିଲେ ଏବଂ ଖାଇବା ସମୟ ରେ କୌଶଳ କରି ଯୁବତୀ ଙ୍କ ପର୍ସ ଏବଂ ମୋବାଇଲ ଲୁଟ କରି ଫେରାର ହୋଇ ଯାଇଥିଲେ I ଏ ସମ୍ପର୍କରେ ଯୁବତୀ ଜଣକ ସହିଦ ନଗର ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଥିଲା I ଏ ସମ୍ପର୍କରେ ପୋଲିସ ଅନୁସନ୍ଧାନ କରି ବାଲେଶ୍ୱର ଅଂଚଳ ରୁ ଅଭିଯୁକ୍ତ ପ୍ରଭାସକୁ ଗିରଫ କରିଛି । ପୁଲିସ ତା ବିରୋଧରେ ଆଇପିସିର ଦଫା ୪୨୦ ଲଗାଇ ପଚରାଉଚରା କରୁଛି । ପୋଲିସ ତଥ୍ୟ ରୁ ଜଣ ପଡିଛି ପ୍ରଭାସ ରାଜ ଶିକ୍ଷାଗତ ଯୋଗ୍ୟତା କେବଳ ଷଷ୍ଠ ଶ୍ରେଣୀ ଏବୋ ସେ ଏହି ଭଳି ଠକେଇ ଅଭିଯୋଗ ରେ ପୂର୍ବରୁ ବହୁ ବାର ଗିରଫ ହୋଇ ମୁକୁଳିଛି I

Comments (0)
Add Comment