କଟକରୁ ଫେରାର ଉତ୍ତରାଖଣ୍ଡରୁ ଗିରଫ:ଚୌଦ୍ବାର ଜେଲ୍‌ରୁ ଛୁ ମାରିଥିବା ଅପରାଧୀ ରାଜା ସାହାଣୀ

ଭୁବନେଶ୍ୱର: କଟକ ଚୌଦ୍ୱାର ଜେଲ୍‌ର ପାଚେରୀ ଡେଇଁ ଫେରାର ହୋଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀ ଶେଷରେ ପୋଲିସ ହାତରେ ଧରାପଡ଼ିଛି। ଦୀର୍ଘ ୬ ମାସର ଲୁଚକାଳି ପରେ ଆଜି ଉତ୍ତରାଖଣ୍ଡରୁ ତାକୁ ଗିରଫ କରିବାରେ ଓଡ଼ିଶା ପୋଲିସ ସଫଳ ହୋଇଛି। ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳରେ ଥିବା ‘ପଣ୍ଡା ଅଳଙ୍କାର’ ଶୋ’ରୁମରୁ ଲୁଟ୍ ଘଟଣାରେ ବିହାରର ରାଜା ସାହାଣୀ ଏବଂ ମଧୁକାନ୍ତ କୁମାରଙ୍କୁ ପୋଲିସ ଗିରଫ କରିଥିଲା। ଉଭୟ ବିଚାର ବିଭାଗୀୟ ହେପାଜତରେ ଚୌଦ୍ୱାର ଜେଲରେ ଥିଲେ। ମାତ୍ର ଗତ ୨୦୨୫ ଅକ୍ଟୋବର ୨ ତାରିଖ ବିଳମ୍ବିତ ରାତିରେ ଜେଲ୍ ପାଚେରୀ ଡେଇଁ ଉଭୟ ଚମ୍ପଟ ମାରିଥିଲେ। ପୂର୍ବରୁ ପୋଲିସ ଅନ୍ୟତମ ଫେରାର ଅଭିଯୁକ୍ତ ମଧୁକାନ୍ତ ରାଣାକୁ ଉତ୍ତର ପ୍ରଦେଶର ବୃନ୍ଦାବନରୁ ଗିରଫ କରିସାରିଥିଲା। ରାଜାକୁ ଧରିବା ପାଇଁ ଓଡ଼ିଶା ପୋଲିସ ବିଭିନ୍ନ ରାଜ୍ୟର ପୋଲିସ ସହାୟତାରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା। ରାଜା ଉତ୍ତରାଖଣ୍ଡର ରିଷିକେଶ ସ୍ଥିତ ତ୍ରିବେଣୀ ଘାଟ ଅଞ୍ଚଳରେ ଏକ ସ୍ୱିଫ୍ଟ ଡିଜାୟାର କାର୍‌ରେ ଯାତ୍ରା କରୁଥିବା ନେଇ ସୂଚନା ମିଳିଥିଲା। ଓଡ଼ିଶା ପୋଲିସଠାରୁ ସୂଚନା ପାଇ ଡୁନ୍ ପୋଲିସ ସତର୍କ ହୋଇଥିଲା ଏବଂ ଅଭିଯୁକ୍ତକୁ କାବୁ କରିଥିଲା।

Arrested from CuttackFerraraUttarakhand: Criminal Raja Sahni