ପଶ୍ଚିମବଙ୍ଗ :୨୯-୦୭-(ପି.ଏନ.ଏ) : ଦକ୍ଷିଣ କୋଲକାତାର ଟଲିଗଞ୍ଜ ଅଞ୍ଚଳରେ ଅବସ୍ଥିତ ହୀରାଖଣ୍ଡ ସିଟି ସାଉଥ କମ୍ପ୍ଲେକ୍ସରୁ ଅର୍ପିତା ମୁଖାର୍ଜୀଙ୍କ ୪ ଟି ବିଳାସପୂର୍ଣ୍ଣ କାର ଚୋରି ହୋଇଯାଇଛି। ସୂଚନାନୁସାରେ, ଅର୍ପିତା ମୁଖାର୍ଜୀ ଗିରଫ ହେବା ପରେ ହିଁ ତାଙ୍କର ୪ ଟି ବିଳାସପୂର୍ଣ୍ଣ ଦାମୀ କାର ରାତି ଭିତରେ ତାଙ୍କ ଘରୁ ଗାୟବ ହୋଇଯାଇଥିଲା। ଇଡି ଅଧିକାରୀଙ୍କ କହିବା ମୁତାବକ, ଏସବୁ କାରମାନଙ୍କରେ ଟଙ୍କା ଭର୍ତ୍ତି ହୋଇଥିଲା । ତେଣୁ କୌଶଳ କରି ଏହି କାର ଗୁଡିକ ହଟାଇ ଦିଆଯାଇଛି Iଏହି ଘଟଣା ପରେ ଆଖପାଖର ସବୁ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ଇଡି ।
ସୂଚନାନୁସାରେ ପଶ୍ଚିମବଙ୍ଗ ଏସଏସସି ସ୍କାମ ରେ ମୁଖ୍ୟ ଆରୋପି ହେଉଛନ୍ତି ପାର୍ଥ ଚାଟାର୍ଜୀ ଓ ତାଙ୍କର ସହଯୋଗୀ ଅର୍ପିତା ମୁଖାର୍ଜୀ I ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରି ଇଡି ଜେରା କରୁଛି। ଏହି ସମୟରେ ତାଙ୍କ ଠାରୁ ୪ଟି ଦାମ କାର ସମ୍ପର୍କରେ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି। ଗୋଟିଏ ଅଡି ଏ୪, ଗୋଟିଏ ହୁଣ୍ଡା ସିଟି, ଗୋଟିଏ ହୁଣ୍ଡା ସିଭିଆର ଓ ଗୋଟିଏ ମର୍ସିଡିଜ ବେଞ୍ଜ ଅର୍ପିତାଙ୍କର ରହିଥିଲା। ଏପର୍ଯ୍ୟନ୍ତ ଅର୍ପିତାଙ୍କର କେବଳ ଗୋଟିଏ ଧଳା ମର୍ସିଡିଜ୍ କାର କୁ ଇଡି ଜବତ କରିଥିବାବେଳେ ଅନ୍ୟ ୪ ଟି ବିଳାସପୂର୍ଣ୍ଣ କାର ପାଇଁ ଖୋଜା ଚାଲିଛି I ଏହା ସହିତ ଇଡି ମଧ୍ୟ ଅର୍ପିତା ମୁଖାର୍ଜୀଙ୍କ ବେଲଗେରିଆ ଅଞ୍ଚଳରେ ଅବସ୍ଥିତ କମ୍ପ୍ଲେକ୍ସରୁ ସିସିଟିଭି ଫୁଟେଜ୍ ଖୋଜିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଶ୍ଚିମବଙ୍ଗ ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀର ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ ପ୍ରଥମ ଘରେ ଚଢଉ କରିବା ପରେ ତାଙ୍କ ଘରୁ ନଗଦ ୨୧ କୋଟି ଟଙ୍କା ଓ ୨୦ ଟି ମୋବାଇଲ ଜବତ କରିଥିଲା I ସେହିପରି ତାଙ୍କର ଅନ୍ୟ ଏକ ଆପାର୍ଟମେଣ୍ଟରେ ଚଢଉ କରି ନଗଦ ୨୮ କୋଟି ଟଙ୍କାରେ ୫ କିଲୋରୁ ଉର୍ଧ୍ଵ ସୁନା ସହିତ ‘ପି’ ଅକ୍ଷର ଲେଖାଥିବା ହୀରା ମୁଦି କେତେକ ଆପତ୍ତିଜନକ ଖେଳନା ଓ ଗୁରୁତ୍ତ୍ଵ ପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା ପର୍ଥଚାଟାର୍ଜୀ ଙ୍କର ଅନ୍ୟ ଜଣେ ସହଯୋଗୀଙ୍କ ଠାରୁ ମାଲେସିଆ ଯିବା ପାଇଁ ପାସପୋର୍ଟ କୁ ମଧ୍ୟ ଇଡି ଜବତ କରିଛି I