ସେନା ହେଲିକପ୍ଟର ଦୁର୍ଘଟଣା: ୧୪ ଜଣଙ୍କ ମଧ୍ୟରୁ କେବଳ ଗ୍ରୁପ୍ କ୍ୟାପଟେନ ବରୁଣ ସିଂ ବଞ୍ଚିଛନ୍ତି, ଚିକିତ୍ସା ଚାଲିଛି

ତାମିଲନାଡୁର ନୀଳଗିର ଜିଲ୍ଲାର କୁନୁରରେ ବୁଧବାର ଭାରତୀୟ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ ଏବଂ ପତ୍ନୀ ମଧୁଲିକା ଙ୍କ ସମେତ ଅନ୍ୟ ୧୪ ଜଣ ବରିଷ୍ଠ ସେନା ଅଧିକାରୀ ୱେଲିଙ୍ଗଟନ ର ଏକ ସେନା କଲେଜ ରେ ବକ୍ତୃତା କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଉଥିଲେ। ଏହି ଦୁର୍ଘଟଣା ରେ ସିଡିଏସ୍ ଜେନେରାଲ୍ ବିପିନ ରାୱତ ଏବଂ ପତ୍ନୀ ଙ୍କ ସହିତ ଅନ୍ୟ ୧୩ ଜଣଙ୍କୁ ଗୁରୁତର ଅବସ୍ଥାରେ ୱେଲିଙ୍ଗଟନ ର ସେନା ହସ୍ପିଟାଲ ରେ ଭର୍ତି କରାଯାଇଥିଲା I ଚିକିତ୍ସାଧୀନ ଅବସ୍ଥାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ହେଲିକପ୍ଟର ଦୁର୍ଘଟଣା ରେ ବଂଚିଯାଇଛନ୍ତି ଗ୍ରୁପ କ୍ୟାପଟେନ ବରୁଣ ସିଂ I ଗ୍ରୁପ କ୍ୟାପଟେନ ବରୁଣ ସିଂ ଙ୍କୁ ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଥିଲା। ଖବର ରୁ ଜଣI ପଡିଛି ବର୍ତ୍ତମାନ ସୁଦ୍ଧା କ୍ୟାପଟେନ ବରୁଣ ସିଂ ଙ୍କ ର ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି ଏବଂ ଚିକିତ୍ସା ଚାଲିଛି I

Comments (0)
Add Comment