କେଉଁ ରଥ ବଡ଼,ଉଚ୍ଚତା କୁ ନେଇ ତେଜିଲା ବିବାଦ :ଗଜପତିଙ୍କ ମନ୍ତବ୍ୟ ପରେ କେନ୍ଦୁଝରରେ ପ୍ରତିକ୍ରିୟା


ରଥର ଉଚ୍ଚତା କୁ ନେଇ ଏବେ ମୁଣ୍ଡ ଟେକିଛି ବିବାଦ I କେନ୍ଦୁଝର ରଥର ଉଚ୍ଚତା ‘ଗିନିଜ ବୁକ ଅଫ ୱାର୍ଲଡ’ ରେ ସ୍ଥାନ ବିବାଦ ର ସୂତ୍ରପାତ ହୋଇଛି I ଏହି ଘଟଣା ନଜର କୁ ଆସିବା ପରେ ପୁରୀ ଗଜପତି ମହାରାଜ ଦିବ୍ୟ ସିଂହ ଦେବ ପୁରୀ ରଥ ଠାରୁ ଅଧିକ ଉଚ୍ଚର ରଥ ଅନ୍ୟଠାରେ ହେବା ଉଚିତ ନୁହେଁ ବୋଲି ପ୍ରତିକ୍ରିୟା ଦେବା ପରେ ବିବାଦ ଅଧିକ ଘନେଇଛି I ଏହାପରେ ମହାରାଜା ଙ୍କ ମନ୍ତବ୍ୟକୁ ନେଇ କେନ୍ଦୁଝରରେ ତୀବ୍ର ପ୍ରତିକ୍ରିୟା ସହ ଅସନ୍ତୋଷ ପ୍ରକାଶ ପାଇଛି । ବିଶ୍ଵର ସର୍ବବୃହତ ଏକକ ରଥର ମାନ୍ୟତା ପାଇଥିବା କେନ୍ଦୁଝର ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ନନ୍ଦିଘୋଷ ରଥ ସମ୍ପର୍କରେ ପୁରୀ ଗଜପତି ମହାରାଜାଙ୍କ ପ୍ରତିକୂଳ ମନ୍ତବ୍ୟ ଦେଇ ଥିବାରୁ ସମଗ୍ର କେନ୍ଦୁଝର ଜିଲ୍ଲାରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏହି ରଥ ନିର୍ମାଣ କେନ୍ଦୁଝରର ପଂଚବିଂଶତି ରାଜା ଲକ୍ଷ୍ମୀନାରାୟଣ ଭଞ୍ଜଦେଓ ୧୬୭୧ମସିହାରେ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପ୍ରତିଷ୍ଠା କରିଥିଲେ। ପ୍ରାୟତଃ ସେହିଦିନଠାରୁ କେନ୍ଦୁଝରର ରଥ ୮୦ ଫୁଟ ଉଚ୍ଚ ହୋଇ ଆଷାଢ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ଚତୁଦ୍ଧା ମୁର୍ତ୍ତି ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ବିଜେ କରୁଥିବାବେଳେ ସମୟ କ୍ରମେ ଏହାର ଉଚ୍ଚତା ସାମାନ୍ୟ କମ ହୋଇ ଏବେ ୭୨ ଫୁଟ ହୋଇଛି । କେନ୍ଦୁଝର ରଥ ଆରମ୍ଭ ସମୟରୁ ତତକାଳୀନ ଗଜପତି ମହାରାଜାଙ୍କ ଜ୍ଞାନ୍ତସାରରେ ମଧ୍ୟ ରଥ ନିର୍ମାଣ ହୋଇଥିଲା ବୋଲି ମତ ପ୍ରକାଶ ପାଇଛି ।

ସେପଟେ ଗଜପତିଙ୍କ ସପକ୍ଷରେ ମତ ଦେଇଛନ୍ତି ପୁରୀର ବରିଷ୍ଠ ସେବାୟତ । ସେମାନେ କହିଛନ୍ତି, କେନ୍ଦୁଝର ବଳଦେବଜିଉ ରଥ ଗିନିଜ୍ ବୁକ୍ ଅଫ୍ ୱାଲ୍ଡ ରେକର୍ଡସରେ ସ୍ଥାନ ପାଇବା ଜଗନ୍ନାଥଙ୍କ ଭକ୍ତଙ୍କୁ ମର୍ମାହତ କରିଛି । ମହାପ୍ରଭୁଙ୍କ ରଥକୁ ନେଇ କୌଣସି ପ୍ରକାର ପ୍ରତିଦ୍ୱନ୍ଦ୍ୱିତା ନହେଉ, ଯଦି କେହିପ୍ରଶାସନିକ ଅଧିକାରୀ ଏଥିରେ ସଂପୃକ୍ତି ଥାନ୍ତି, ତାହେଲେ ରାଜ୍ୟ ସରକାର ତୁରନ୍ତ ଏହା ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛନ୍ତି ବିନାୟକ ଦାସମହାପାତ୍ର ।

ଏହି ବିବାଦକୁ ମତ ପ୍ରକାଶ କରିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ । ସେମାନଙ୍କ ମତରେ ଦୁଇଟି ଭିନ୍ନ ଭିନ୍ନ କଥା । ଏହାକୁ ନେଇ ବିବାଦ ସୃଷ୍ଟି କରିବା ଅନୁଚିତ । ପୁରୀ ରଥ ହିଁ ସବୁଠୁ ଉଚ୍ଚ ହେବା ଉଚିତ ବୋଲି କହିଛନ୍ତି ଗଜପତି । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ମୂଳପୀଠ ହେଉଛି ପୁରୀ । କିନ୍ତୁ କେନ୍ଦୁଝର ରଥର ଉଚ୍ଚତା ପୁରୀ ଠାରୁ ଅଧିକ କରାଯାଉଥିବାରୁ ଜଗନ୍ନାଥ ପରମ୍ପରା ପ୍ରତି କୁଠାରଘାତ । ତେଣୁ ସେଠାକାର ମନ୍ଦିର ଟ୍ରଷ୍ଟ ଓ ପ୍ରଶାସନ ଏଥିପ୍ରତି ଯତ୍ନବାନ ହେବା ଜରୁରୀ ବୋଲି ଗଜପତି କହିଛନ୍ତି । ପୁରୀରେ ନନ୍ଦିଘୋଷ ରଥର ଉଚ୍ଚତା ୪୪ ଫୁଟ ହୋଇଥିବା ବେଳେ କେନ୍ଦୁଝର ରଥର ଉଚ୍ଚତା ୭୨ ଫୁଟ । ସବୁଠୁ ଅଧିକ ଉଚ୍ଚର ରଥ ଭାବେ ଏହା ଗିନିଜ ବୁକ୍ ରେକର୍ଡସରେ ସ୍ଥାନ ପାଇଛି ।