ଖରାଦିନେ ଖାଉଛନ୍ତି କି ପଣସ ; ଜାଣନ୍ତି କି ଏଇ କଥା !

ଖରାଦିନେ ବିଭିନ୍ନ ପ୍ରକାର ଫଳ ଖାଇବା ଉଚିତ୍‌ । କଞ୍ଚା ଫଳ ଖାଇବା ଠିକ ନାଁ ଭୁଲ ତାହାକୁ ନେଇ ଲୋକଙ୍କ ମନରେ ଏକ ଦ୍ୱନ୍ଦ୍ୱ ରହିଥାଏ। କାରଣ ଖରା ଦିନେ କଞ୍ଚା ଫଳର ପ୍ରଭାବ ଗରମ ରହିଥାଏ। ପଣସ ଭଳି କଞ୍ଚା ଫଳ ଗରମ ଏବଂ ଆର୍ଦ୍ର ପରିବେଶରେ ଉତ୍ପାଦିତ ହୋଇଥାଏ। ପଣସକୁ କିଛି ଲୋକ ଖାଇବାକୁ ପସନ୍ଦ କରୁଥିବା ବେଳେ କିଛି ଲୋକ ନା ପସନ୍ଦ କରିଥାଆନ୍ତି । କଞ୍ଚା ପଣସରୁ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ ।ଏହା ପାଟିକୁ ସୁଆଦିଆ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ପଣସରେ ରହିଛି ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ବି, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ସହିତ କପର୍, ମାଙ୍ଗାନିଜ ଏବଂ ଫାଇବର ଭରପୂର ମାତ୍ରାରେ ରହିଥାଏ । ଏହି ସମସ୍ତ ଉପାଦାନ ଚର୍ମ ଏବଂ ପେଟର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାୟକ ହୋଇଥାଏ।

ବଦହଜମି ସମସ୍ୟାର ସମ୍ମୁଖୀନ ହେଉଥିଲେ, ପଣସ ସେବନ କରିବା ଲାଭଦାୟକ ହୋଇଥାଏ । ଅଲ୍‌ସର୍ ଏବଂ ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ମଧ୍ୟ ସାହାଯ୍ୟ କରେ ପଣସ । ଏଥିସହ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟାରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରେ ପଣସ ।

୧. ପଣସ ଖଇବା ଦ୍ୱାରା ଚେହେରାରେ ଚମକ ଆସିଥାଏ।
୨. ରକ୍ତ ଶର୍କରାକୁ ନିୟନ୍ତ୍ରଣ କରି ରଖିବାରେ ପଣସ ବେଶ ସହାୟକ ହୋଇଥାଏ।
୩. ପ୍ରତିଦିନ ପଣସ ଖାଇବା ଦ୍ୱାରା, ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ ।