ମୋବାଇଲ ଗେମ୍‌ ନେଉଛି କି ପିଲାଙ୍କ ଜୀବନ

କରୋନା କାଳରେ ଦୁଇ ବର୍ଷ ଧରି ବିଦ୍ୟାଳୟ ତଥା ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି I ପିଲାମାନେ ପ୍ରତ୍ୟକ୍ଷ ଭାବରେ ସ୍କୁଲ ଯାଇ ପାରିଲେ ନାହିଁ I ଏହି ପାଠ ପଢା ର ବିକଳ୍ପ ଭାବରେ ଦେଶରେ ତଥା ସମସ୍ତ ରାଜ୍ୟ ମାନଙ୍କରେ ଅନଲାଇନ ମାଧ୍ୟମରେ ଶିକ୍ଷା ଦାନ ଜାରି ରହିଲା Iଅନଲାଇନ ପାଠପଢିବା ପାଇଁ ପିଲାମାନେ ମୋବାଇଲ ,ଟ୍ୟାବ ,ଓ କଂପ୍ୟୁଟର ଇତ୍ୟାଦି ବ୍ୟବହାର କଲେ I ମୋବାଇଲ୍‌ରେ ଅନ୍‌ଲାଇନ୍‌ ପାଠ ପଢ଼ିଲେ। କିନ୍ତୁ ଏହା ପାଠ ପଢା ଯେତିକି ଫଳପ୍ରଦ ହେଉନି, କୋମଳମତି ପିଲାଙ୍କ ଉପରେ କିନ୍ତୁ କୁପ୍ରଭାବ ଯଥେଷ୍ଟ ପଡୁଛି Iମୋବାଇଲ ଟିଏ ହାତକୁ ଆସିଲା ମାତ୍ରେ ପିଲାମାନେ ପ୍ରଥମେ ୟୁ-ଟିୟୁବ ର ବ୍ୟବହାର କରିବା ପାଇଁ ଲାଗିଲେ I ୟୁ-ଟିୟୁବ ରେ ଦେଉଥିବା ବିଭିନ୍ନ ଖେଳରେ ମାତି ଗଲେ ଏବଂ ଏହି ଖେଳ ପ୍ରୋଗ୍ରାମ ସବୁ ପିଲାମାନଙ୍କ ପାଇଁ ଏକ ପ୍ରକାର ନିଶା ପାଲଟିଗଲା Iପାଠ ପଢ଼ିବା ପରିବର୍ତ୍ତେ ପିଲାମାନେ ଘଣ୍ଟା ଘଣ୍ଟା ଧରି ଏହିସବୁ ଅନ୍‌ଲାଇନ୍‌ ଗେମ୍‌ରେ ମାତିଲେ । ଆଉ ଯେତେବେଳେ ପରିବାର ଲୋକେ ବାରଣ କରୁଛନ୍ତି, ସେତେବେଳେ ଘଟୁଛି ଅଘଟଣ। ପରିବାର ଲୋକଙ୍କ ଉପରେ ରାଗି କେତେବେଳେ କିଏ ଝୁଲି ପଡ଼ୁଛି ତ ଆଉ କିଏ ବିଷ ପିଇ ଦେଉଛି। ଗତ ୧୫ ଦିନରେ ଏମିତି ଦୁଇଟି ଘଟଣା ରାଜ୍ୟରେ ଘଟିଛି। ଯାହାକୁ ନେଇ ଅଭିଭାବକ ଚିନ୍ତାରେ ଥିବା ବେଳେ, ସେଥିପ୍ରତି ନଜର ରଖିବାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ଅନ୍‌ଲାଇନ୍‌ରେ ପାଠ ପଢ଼ିବା ପାଇଁ ପିଲାଙ୍କୁ ମୋବାଇଲ୍‌ ଦେବା କଣ ଭୁଲ? ସେପ୍ଟେମ୍ୱର ୩୦ ତାରିଖରେ କେନ୍ଦୁଝର ଜିଲ୍ଲା ଘଷିପୁରା ଇନ୍ଦୁପୁରା ଗାଁର ଜଣେ ନବମ ଶ୍ରେଣୀ ଛାତ୍ର ସ୍କୁଲରୁ ଆସି ପାଠ ପଢ଼ିବା ପରିବର୍ତ୍ତେ ମୋବାଇଲ୍‌ରେ ଫ୍ରି’ ଫାୟାର ଗେମ୍‌ ଖେଳୁଥିଲା। ତାଙ୍କ ମାଆ ତାଙ୍କୁ ବାରଣ କରିବାରୁ ଆତ୍ମହତ୍ୟା କରିଥିଲେ। ସେହିପରି ବୁଧବାର ଦିନ କୋରାପୁଟ ଗୌତମ ନଗରରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛି। ଛାତ୍ର ଜଣକ ଦୀର୍ଘ ସମୟ ଧରି ମୋବାଇଲ୍‌ ଗେମ୍‌ରେ ମାତିଥିଲା। ପରିବାର ଲୋକ ମୋବାଇଲ ଛଡାଇନେବାରୁ ଛାତ୍ର ଜଣ ରାଗରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ମହାମାରୀ ସମୟରେ ପିଲାମାନେ ଦୀର୍ଘ ସମୟ ଧରି ଘରେ ରହିଲେ। ବାହାରେ ଖେଳାଖେଳି ସବୁ ବନ୍ଦ ହୋଇଗଲା ସେହି ସମୟରେ ପିଲାମାନେ ନଜକୁ ଏକୁଟିଆ ଅନୁଭବ କଲେ ,ତେଣୁ ଅଧିକ ସମୟ ମୋବାଇଲ ଭିତରେ ବୁଡି ରହିଲେ ।ଘରେ ରହିବା ଫଳରେ ମାନସିକ ଭାବେ ଚାପଗ୍ରସ୍ତ ହେଉଛନ୍ତି ପିଲାମାନେ I ତେଣୁ ଅଭିଭାବକ ସଂଘର ଯୁକ୍ତି ହେଲା, ଆତ୍ମଘାତୀ ମୋବାଇଲ୍‌ ଗେମ୍‌ ଗୁଡିକୁ ସରକାର ବ୍ୟାନ କରିବା ଉଚିତ। ଏହାସହ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବାର ଆବଶ୍ୟକତା ଅଛି। କାରଣ ମହାମାରୀ ପାଇଁ ପିଲା ସେପଟେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ପୂଜା ପରେ ଆଶା କରାଯାଉଛି ସମସ୍ତ କ୍ଳାସ ଖୋଲିପାରେ। ମୋବାଇଲର ଦୁରୂପଯୋଗ ଯେଭଳି ନ ହେଉ, ଅଭିଭାବକ ସଜାଗ ରୁହନ୍ତୁ ବୋଲି ଶ୍ରୀ ଦାଶ କହିଛନ୍ତି।
ସେହିପରି ରାଜ୍ୟ ରେ କରୋନାଗ୍ରାଫ ଉପରତଳ ହେଉଛି ଇ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୬୬ ଜଣ ପଜିଟିଭ ରହିଛନ୍ତି ।

Comments (0)
Add Comment