ହିମାଚଳ ପାଇଁ ଆପ୍‌ର ପ୍ରଥମ ପ୍ରାର୍ଥୀ ତାଲିକା

ସିମଳା: ଚଳିତବର୍ଷ ଶେଷଆଡକୁ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ମଙ୍ଗଳବାର ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ପକ୍ଷରୁ ୪ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଫତେପୁର ଆସନରୁ ରାଜନ ସୁଶାନ୍ତ, ନାଗ୍ରୋଟା ବାଗ୍‌ୱାନ୍‌ରୁ ଉମାକାନ୍ତ ଡୋଗ୍ରା, ପାଓନ୍ତା ସାହିବରୁ ମନୀଶ ଠାକୁର ଏବଂ ଲାହୌଲ-ସ୍ପିତି ଆସନରୁ ସୁଦର୍ଶନ ଜାସ୍‌ପାଙ୍କୁ ପ୍ରାର୍ଥୀ କରାଯାଇଛି ।