କେନ୍ଦ୍ର କ୍ୟାବିନେଟ ବୈଠକରେ’କୃଷି ଆଇନ ପ୍ରତ୍ୟାହାର’କୁ ଅନୁମୋଦନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି ଇ ମିଳିଥିବା ସୂଚନା ଅନୁଯାୟୀ କୃଷି ଆଇନ ପ୍ରତ୍ୟାହାର ପ୍ରସ୍ତାବକୁ ଏହି ବୈଠକ ରେ ଅନୁମୋଦନ କରାଯାଇଛି । ଆସନ୍ତା ନଭେମ୍ବର ୨୯ ରୁ ସଂସଦର ଶୀତକାଳୀନ ଅଧିବେଶନରେ ଆନୁଷ୍ଠାନିକ ଭାବରେ ଏହି ତିନୋଟି ଆଇନ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହେବ ଏବଂ ଏଥିପାଇଁ ସରକାର ଏକ ବିଲ୍ ଆଣିବେ।
ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର୧୯ରେ ଦେଶକୁ ସମ୍ବୋଧିତ କରିବାବେଳେ ନୂତନ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଥିଲେ । ଏଥିସହ ପ୍ରଧାନମନ୍ତ୍ରୀ ମୋଦୀ କୃଷକ ଆଇନକୁ ବିରୋଧ କରି କୃଷକମାନଙ୍କୁ ନିଜ ଘରକୁ ଫେରିବା ପାଇଁ ନିବେଦନ କରିଛନ୍ତି ଏବଂ ଏମଏସପିକୁ ପ୍ରଭାବଶାଳୀ ଏବଂ ସ୍ୱଚ୍ଛ କରିବା ପାଇଁ ଏକ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ‘ଏମଏସପିକୁ ଅଧିକ ପ୍ରଭାବଶାଳୀ ଏବଂ ସ୍ୱଚ୍ଛ କରିବା ପାଇଁ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହିପରି ସମସ୍ତ ବିଷୟ ଉପରେ ନିଷ୍ପତ୍ତି ନେବାକୁ ଏକ କମିଟି ଗଠନ କରାଯିବ। ଏହି କମିଟିରେ କେନ୍ଦ୍ର ସରକାର, ରାଜ୍ୟ ସରକାର, କୃଷକ, କୃଷି ବୈଜ୍ଞାନିକ, କୃଷି ଅର୍ଥନୀତିଜ୍ଞଙ୍କ ପ୍ରତିନିଧୀ ରହିବେ।

Comments (0)
Add Comment