ଲବଙ୍ଗକୁ ଆମେ ମୁଖ୍ୟତଃ ରୋଷେଇ ଘରେ ବ୍ୟବହାର କରୁ I ଏହା ସହିତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଉପକାରୀ Iବିଶେଷକରି ଦାନ୍ତ ରେ ପୋକ ହେଲେ ଗୋଟିଏ ଲବଙ୍ଗକୁ ଦାନ୍ତରେ ଜାକି ଧରିଲେ ଆରାମ ମିଳିଥାଏ I ସେହିପରି ଥଣ୍ଡା ସର୍ଦ୍ଦିରେ ଏହାକୁ ନାଲି ଚା ଭଳି ପାଣିରେ ଫୁଟାଇ ପିଲେ ଉତ୍ତମ ରୂପେ କାମ କରିଥାଏ I ଘରୁ ଯଦି ବାହାରକୁ ଯାଉଥାନ୍ତି କୋଟିଏ ଲବଙ୍ଗକୁ କଳରେ ଜାକି ଯାନ୍ତୁ ନିଶ୍ଚୟ କାର୍ଯ୍ୟରେ ସଫଳତା ମିଳିବ I ଏହାବାଦ ଲବଙ୍ଗ ଘରେ ବାସ୍ତୁ ଦୋଷ ମଧ୍ୟ ଦୂର କରିଥାଏ I ପୂଜାପାଠରେ ଲବଙ୍ଗର ଏକ ବିଶେଷ ମହତ୍ତ୍ୱ ରହିଛି। ଏହା ସହିତ ଲବଙ୍ଗ ଘରୁ ନକାରାତ୍ମକ ଶକ୍ତିକୁ ଦୂର କରି ସକାରାତ୍ମକ ଶକ୍ତି ଉତ୍ପନ୍ନ କରିଥାଏ ବୋଲି କୁହାଯାଏ। ତା’ହେଲେ ଘରୁ ନକାରାତ୍ମକ ଶକ୍ତି ଦୂର କରିବାକୁ ଏହାକୁ କେମିତି ବ୍ୟବହାର କରିବେ? ଆସନ୍ତୁ ସେ ବିଷୟରେ ଜାଣିବା।
ଶନିବାର କିମ୍ୱା ରବିବାର ସନ୍ଧ୍ୟାରେ ୫ଟି ଲବଙ୍ଗ, ୩ଟି କର୍ପୂର ଓ ୩ଟି ଅଳେଇଚକୁ ଏକ ମାଟି ଅବା ପିତଳ ପାତ୍ରରେ ରଖି ସେଥିରେ ଅଗ୍ନି ସଂଯୋଗ କରନ୍ତୁ। ନିଆଁ ଜଳୁଥିବା ସମୟରେ ଏହାକୁ ଘରର ସବୁ ରୁମ୍ରେ ବୁଲାନ୍ତୁ। ଏହାପରେ ପାଉଁଶକୁ ମୁଖ୍ୟ ଦ୍ୱାରରେ ଖେଳେଇ ରଖନ୍ତୁ। ଆପଣ ଚାହିଁଲେ , ଲବଙ୍ଗ ପାଉଁଶରେ ପାଣି ମିଶାଇ ମଧ୍ୟ ଘରର ସମସ୍ତ ରୁମ୍ରେ ଛିଞ୍ଚି ପାରିବେ। ଏହାଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ।
ଶନିବାର ଦିନ ଏକ ତେଲ ଦୀପରେ ତିନି ଚାରୋଟି ଲବଙ୍ଗ ପକାଇ ସେଥିରେ ଅଗ୍ନି ସଂଯୋଗ କରନ୍ତୁ। ଏହାକୁ ଘରର ଏକ ଅନ୍ଧାର କୋଣରେ ରଖି ଦିଅନ୍ତୁ।
ଏହା ଘରୁ ନକାରାତ୍ମକ ଶକ୍ତିକୁ ଦୂର କରିଥାଏ। ଘରେ ସବୁବେଳେ ରୋଗ ବେମାର ଲାଗି ରହୁଥିଲେ, ତାକୁ ଦୂର କରିଥାଏ।
ଯଦି ଆପଣ ଘରେ ସୁଖ ସମୃଦ୍ଧି ଚାହୁଁଛନ୍ତି, ତେବେ ଲବଙ୍ଗ ଗଛ ଲଗାନ୍ତୁ।
କିଛି ଲବଙ୍ଗ ସର୍ବଦା ନିଜ ପର୍ସରେ ରଖନ୍ତୁ। ଏହାଦ୍ୱାରା ଅନେକ ଲାଭ ମିଳିଥାଏ।
କୌଣସି ଗୁରୁତ୍ତ୍ଵପୂର୍ଣ୍ଣ କାର୍ଯ୍ୟରେ ବିଘ୍ନକୁ ଆସୁଥିଲେ
ଗୋଟିଏ ଲେମ୍ବୁ ଆଣି ତା ଉପରେ ୪ ଟି ଲବଙ୍ଗ ପୋତି ଦିଅନ୍ତୁ ଇ ଏବଂ ‘ଓଁ ହନୁମତେ ନମଃ’ ୨୧ ଥର ପାଠ କରି ଉକ୍ତ କାର୍ଯ୍ୟ କୁ ଯାଉଥିବା ସମୟରେ, ସେହି ଲେମ୍ବୁକୁ ସାଥିରେ ଧରି ଯାଆନ୍ତୁ,କାର୍ଯ୍ୟରେ ଅବଶ୍ୟ ସଫଳତା ମିଳିବ I
ଧନ ଲାଭ ପାଇଁ
ସକାଳେ ସୋରିଷ ତେଲରେ ୩ ଟି ଲବଙ୍ଗ ପକାଇ ହନୁମାନ ଚାଳିଶ ପାଠ କରିସାରି ,ହନୁମାନଜୀ ଙ୍କୁ ଆରତୀ କରନ୍ତୁ Iଏହା ଘରର ସବୁ ଅନିଷ୍ଟ ଦୂର କରିବା ସହିତ ଧନ ଲାଭ , ଋଣ ମୁକ୍ତି,ଏବଂ କରଜ ନେଇଥିଲେ ବ୍ୟକ୍ତି ଟଙ୍କା ଫେରସ୍ତ କରିଥାଏ I