ରିଗିଂ ଆଶଙ୍କାରେ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ୱର: ଆସନ୍ତା କାଲି ହାଇ ପ୍ରୋଫାଇଲ ଭୁବନେଶ୍ୱରରେ ସଂସଦୀୟ କ୍ଷେତ୍ରରେ ହେବ ମତଦାନ । ମାତ୍ର ଏଥର ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର କିଛି ବୁଥରେ ରିଗିଂ ଆଶଙ୍କା କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ଏହା ପଛରେ ୨ ଅବସରପ୍ରାପ୍ତ ପୁଲିସ ଅଫିସରଙ୍କ ଭୂମିକାକୁ ସନ୍ଦେହ କରି ସେଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଛନ୍ତି। ତେଣୁ ଏସବୁ ଅଞ୍ଚଳରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ  ମୁତୟନ ଲାଗି ଦାବି କରି ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।ଏହି ଦୁଇ ଅବସରପ୍ରାପ୍ତ ପୁଲିସ ଅଫିସରଙ୍କୁ ବିଜେଡି ଏଭଳି କାର୍ୟ୍ୟରେ ଲଗାଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଦୁଇ ଜଣ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ବ୍ୟବହାର କରି କିଛି ବୁଥରେ ରିଗିଂ ହେବ ବୋଲି ସେ ନିର୍ଭରଯୋଗ୍ୟ ସୂତ୍ରରୁ ଜାଣିବାକୁ ପାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଉକ୍ତ ପୁଲିସ ଅଧିକାରୀ ଦ୍ୱୟ ପୂର୍ବତନ ଅତିରିକ୍ତ ଏସପି ନଗେନ୍ଦ୍ର ମୁଣ୍ଡ ଓ ଶାନ୍ତନୁ ଦାସ ବୋଲି ସେ ଲେଖିଛନ୍ତି।ଭୁବନେଶ୍ୱରର ସହିଦନଗର, ବାୟାବାବା ମଠ ଏରିଆ, ୟୁନିଟ-୮ ମାଳିସାହି ଅଞ୍ଚଳରେ ସେମାନଙ୍କୁ ଦାୟିତ୍ୱ ଦିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି। ଏଥି ସହ ଖୋର୍ଦ୍ଧା ପୌରାଞ୍ଚଳରେ ମଧ୍ୟ ରିଗିଂ ଆଶଙ୍କା ରଥିବା ସେ ଦର୍ଶାଇଛନ୍ତି।