ଭୁବନେଶ୍ୱର: ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୫ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକରେ ୨୩ଟି ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟରେ ମୋଟ ୪,୫୧୦.୬୫ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଏହାଦ୍ୱାରା ପ୍ରାୟ ୧୦,୧୨୨ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହି ପ୍ରକଳ୍ପଗୁଡ଼ିକ ବାଲେଶ୍ୱର, ବଲାଙ୍ଗୀର, କଟକ, ଜଗତସିଂହପୁର, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ବଲପୁର ଏବଂ ସୁନ୍ଦରଗଡ଼ ସମେତ ୧୧ଟି ଜିଲାରେ ସ୍ଥାପିତ ହେବ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସବୁ ଜିଲ୍ଲାରେ ଶିଳ୍ପ ସ୍ଥାପନ କରିବା ଉପରେ ଗୁରୁତ୍ବ ଦେଉଛନ୍ତି। ତାହାକୁ ଦୃଷ୍ଟିରେ ରଖି ଏଥର ବୈଠକରେ ବଲାଙ୍ଗୀର, କଳାହାଣ୍ଡି ଓ କୋରାପୁଟ ଭଳି ପଛୁଆ ଜିଲ୍ଲାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି। ଆଜିର ବୈଠକରେ ଖୋର୍ଦ୍ଧାରେ ସୋନାସିଲେକ୍ସନ ଇଣ୍ଡିଆ ଓ ଆଲ୍ଫାଟେକ୍ସ ସ୍ଥାପନ କରିବାକୁ ଥିବା ବୟନ ଓ ଟେକ୍ନିକାଲ୍ ଟେକ୍ସଟାଇଲ୍ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଫାର୍ମା ଓ ମେଡିକାଲ୍ ଡିଭାଇସ୍ କ୍ଷେତ୍ରରେ ଆଲ୍ଟିଅସ୍ ଲାଇଫ୍ ପକ୍ଷରୁ କଟକରେ ୨୩୬.୯୦ କୋଟି ଟଙ୍କା ଓ ଶ୍ରୀଜୀ ଇମେଜିଂ ଆଣ୍ଡ୍ ଡାଏଗ୍ନୋଷ୍ଟିକ୍ ତରଫରୁ ଖୋର୍ଦ୍ଧାରେ ୫୩.୫୫ କୋଟି ଟଙ୍କା ନିବେଶ କରାଯିବ। ପାରାଦୀପ ଫସ୍ଫେଟ୍ସ ଲିମିଟେଡ୍ ଜଗତସିଂହପୁରରେ ୪୨୫ କୋଟି ଟଙ୍କା ନିବେଶରେ ଏକ ସଲ୍ଫ୍ୟୁରିକ୍ ଏସିଡ୍ କାରଖାନା ବସାଇବ। ନିଫା ଲିମିଟେଡ୍ ଖୋର୍ଦ୍ଧାରେ ୧୬୪ କୋଟି ଟଙ୍କା ନିବେଶ କରିବାକୁ ଯାଉଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସବୁ ଜିଲ୍ଲାରେ ଶିଳ୍ପ ସ୍ଥାପନ କରିବା ଉପରେ ଗୁରୁତ୍ବ ଦେଉଛନ୍ତି। ତାହାକୁ ଦୃଷ୍ଟିରେ ରଖି ଏଥର ବୈଠକରେ ବଲାଙ୍ଗୀର, କଳାହାଣ୍ଡି ଓ କୋରାପୁଟ ଭଳି ପଛୁଆ ଜିଲ୍ଲାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି। ଆଜିର ବୈଠକରେ ଖୋର୍ଦ୍ଧାରେ ସୋନାସିଲେକ୍ସନ ଇଣ୍ଡିଆ ଓ ଆଲ୍ଫାଟେକ୍ସ ସ୍ଥାପନ କରିବାକୁ ଥିବା ବୟନ ଓ ଟେକ୍ନିକାଲ୍ ଟେକ୍ସଟାଇଲ୍ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଫାର୍ମା ଓ ମେଡିକାଲ୍ ଡିଭାଇସ୍ କ୍ଷେତ୍ରରେ ଆଲ୍ଟିଅସ୍ ଲାଇଫ୍ ପକ୍ଷରୁ କଟକରେ ୨୩୬.୯୦ କୋଟି ଟଙ୍କା ଓ ଶ୍ରୀଜୀ ଇମେଜିଂ ଆଣ୍ଡ୍ ଡାଏଗ୍ନୋଷ୍ଟିକ୍ ତରଫରୁ ଖୋର୍ଦ୍ଧାରେ ୫୩.୫୫ କୋଟି ଟଙ୍କା ନିବେଶ କରାଯିବ। ପାରାଦୀପ ଫସ୍ଫେଟ୍ସ ଲିମିଟେଡ୍ ଜଗତସିଂହପୁରରେ ୪୨୫ କୋଟି ଟଙ୍କା ନିବେଶରେ ଏକ ସଲ୍ଫ୍ୟୁରିକ୍ ଏସିଡ୍ କାରଖାନା ବସାଇବ। ନିଫା ଲିମିଟେଡ୍ ଖୋର୍ଦ୍ଧାରେ ୧୬୪ କୋଟି ଟଙ୍କା ନିବେଶ କରିବାକୁ ଯାଉଛି।ରାଜ୍ୟରେ ଆଉ ଚାରିଟି ନୂଆ ତାରକା ହୋଟେଲ୍ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି। କୋରାପୁଟରେ ଅଗ୍ରବଂଶୀ ପ୍ରାଇଭେଟ୍ ଲିମିଟେଡ୍ ୫୨ କୋଟି ଟଙ୍କା ନିବେଶରେ ଏକ ୪-ତାରକା ହୋଟେଲ୍ ଓ ବଲାଙ୍ଗୀରରେ ସଗୁନ ରିଟ୍ରିଟ୍ ୫୪.୯୪ କୋଟି ଟଙ୍କା ନିବେଶ କରି ଏକ ତିନି ତାରକା ହୋଟେଲ୍ ନିର୍ମାଣ କରିବେ। ଭୁବନେଶ୍ବରରେ ଆର୍ଯ୍ୟପ୍ରାଇଡ୍ ହୋଟେଲ୍ ଆଣ୍ଡ୍ କନ୍ଭେନ୍ସନ୍ ୧୫୦.୬୯ କୋଟି ଟଙ୍କା ଓ ଆରମ୍ୟ ପକ୍ଷରୁ ପୁରୀରେ ୬୦ କୋଟି ଟଙ୍କା ନିବେଶରେ ୪-ତାରକା ହୋଟେଲ୍ ନିର୍ମାଣ କରାଯିବ।ସେହିପରି, ଚଲାହ ଇନ୍ଫ୍ରାଟେକ୍ ତରଫରୁ ସମ୍ବଲପୁରରେ ୧୭୪.୧୦ କୋଟି ଟଙ୍କାରେ ଏକ ଲଜିଷ୍ଟିକ୍ସ ପାର୍କ, କୋଷ୍ଟାଲ୍ ବାୟୋଟେକ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ କଳାହାଣ୍ଡିରେ ୩୫୦ କୋଟି ଟଙ୍କା ନିବେଶରେ ଏକ ଇଥାନଲ୍ କାରଖାନା ଓ ଅଭିଷେକ କନ୍ଟେକ୍ ଇଣ୍ଡିଆ ପକ୍ଷରୁ ଖୋର୍ଦ୍ଧାରେ ୫୫.୦୩ କୋଟି ଟଙ୍କା ନିବେଶରେ ଏକ ପଲିମର ଇନ୍ସୁଲେଟର୍ ଉତ୍ପାଦନ କାରଖାନା ସ୍ଥାପନ କରାଯିବ। ନୁଭୋ ଏଅନ୍ ଡାଇମଣ୍ଡ୍ ଆଣ୍ଡ୍ ଜୁଏଲାରି ପକ୍ଷରୁ ଖୋର୍ଦ୍ଧାରେ ଥିବା ଲ୍ୟାବ୍ ପ୍ରସ୍ତୁତ ହୀରା ଗହଣା ଉତ୍ପାଦନ କାରଖାନାର କ୍ଷମତା ସମ୍ପ୍ରସାରଣରେ ୨୪୩.୫୦ କୋଟି ଟଙ୍କା ନିବେଶ କରାଯିବ ବୋଲି ବୈଠକରୁ ଜଣାପଡ଼ିଛି।