ଡାଲଚିନି କୁ ଆଉ ଏକ ସଫଳତା

ଦୂତୀୟ କର୍ଣ୍ଣାଟକ ଆନ୍ତର୍ଜାତିୟ ଚଳଚ୍ଚିତ୍ର ମହୋତ୍ସବ ରେ ଶ୍ରେଷ୍ଠ ଚଳଚ୍ଚିତ୍ର ରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଡାଲଚିନି ‘। ଦେଶ ବିଦେଶ ରୁ ଆସିଥିବା 185 ଟି ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ମଧ୍ଯ ରୁ ଶ୍ରେଷ୍ଠ ଚଳଚ୍ଚିତ୍ର “ଡାଲଚିନି” ବିବେଚିତ ହୋଇଥିଲା। ପ୍ରଯୋଜକ ଅତିସ୍ କୁମାର ରାଉତ ପୁରସ୍କାର କନଡ ର ସୁ ପ୍ରତିଷ୍ଠିତ ନାୟିକା ପ୍ରିୟଙ୍କା ଓ ଭବ୍ୟା ଙ୍କ ଠାରୁ ଗ୍ରହଣ କରିଥିଲେ। 8 ରୁ 10 ଡିସେମ୍ବର କର୍ଣାଟକ ର ହୁବଲି ସ୍ଵାଇ ଗନ୍ଧର୍ବ କଳାମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା।
ଚଳଚିତ୍ର ଟି ସମସ୍ତ ବିଚାରକ ଓ ଅତିଥିଙ୍କ ଦ୍ବାରା ବହୁପ୍ରସଂଶିତ ହୋଇଥିଲା। ପ୍ରଶଂସା କରି ଏହା ଆଜିର ଆଧୁନିକ ଯୁଗର ଯୁବ ପିଢ଼ିର ଉଚ୍ଚକୋଟୀର କାହାଣୀ ବୋଲି କହିଥିଲେ।

ରିତୁପ୍ରିୟାପ୍ରଡକ୍ସନ୍ସ ର ଓଡ଼ିଆ ଚଳଚ୍ଚିତ୍ର ‘ଡାଲଚିନି’ ପ୍ରଯୋଜକ ଅତିଶ କୁମାର ରାଉତ ଙ୍କ ପ୍ରଯୋଜିତ ଚଳଚ୍ଚିତ୍ର କୁ ଆଉ ଏକ ସଫଳତା।
ଓଡ଼ିଆ ଚଳଚ୍ଚିତ୍ର ଡାଲଚିନି ସିମଲା ଆନ୍ତର୍ଜାତିୟ ଚଳଚ୍ଚିତ୍ର ମହୋତ୍ସବ ରେ ଜାତୀୟ ବିଭାଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହେଲା ପରେ ,ଇନ୍ଦସଭାଲି ଅନ୍ତର୍ଜାତୀୟ ମହୋତ୍ସବ ରେ ଶ୍ରେଷ୍ଠ ଚିତ୍ରଉତୋଳନ ର ପୁରସ୍କାର ଯୁଧିଷ୍ଠିର ବେହେରା ଙ୍କୁ ମିଳିଥିଲା। 14 ତମ ରାଜସ୍ଥାନ ଆନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବ ରେ ଶ୍ରେଷ୍ଠ ରୋମାଣ୍ଟିକ ଚଳଚିତ୍ର ରେ ପୁରସ୍କୃତ ହୋଇଥିଲା। ଏବେ ଚଳଚ୍ଚିତ୍ର ଟି କର୍ଣ୍ଣାଟକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି। ଚଳଚିତ୍ର ଟି ଗୋଆ ର 2022 ଫିଲ୍ମ୍ ଫେଷ୍ଟିଭାଲ ର ଫିଲ୍ମ୍ ବଜାର ରେ ସ୍ଥାନ ପାଇଥିଲା।

ନିର୍ଦେଶକ ଶିଶିର ଓ ପିନାକୀ, କାହାଣୀ କାର ଜିତେନ୍ଦ୍ରିୟ , ମୁଖ୍ୟ ଭୂମିକାରେ ପାର୍ଥସାରଥୀ , ସୂର୍ଯ୍ୟମୟୀ ଓ ପ୍ରଭଞ୍ଜନ ଅଭିନୟ କରିଛନ୍ତି।