ଭୁବନେଶ୍ୱର ରେ ପୁଣି ଜଣେ ଛାତ୍ରୀ ଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା I ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଗତ ଦୁଇ ଦିନ ପୂର୍ବରୁ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଙ୍କ ଆତ୍ମହତ୍ୟା ମାମଲା ର ତାତି ଥମି ନ ଥିବା ବେଳେ ପୁଣି ଏକ ଛାତ୍ରୀ ଆତ୍ମହତ୍ୟା କରିବା ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ସୂଚନାନୁସରେ ଆଚାର୍ଯ୍ୟବିହାରର ଏକ ଭଡ଼ା ଘରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ରୀ ଜଣକ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ MCA ପଢ଼ୁଥିଲେ। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ କାରଣ ଜଣାପଡ଼ି ନାହିଁ। କମିଶନରେଟ୍‌ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରୁଛି।