ପୁଣି ଆବିଷ୍କାର ହେଲା କରୋନା ର ଆଉ ଏକ ପ୍ରଜାତି ‘ଆଇଏଚୟୁ'(IHU)

ସାରା ବିଶ୍ୱକୁ ବର୍ତମାନ ଓମିକ୍ରନ୍ କବଳିତ କରି ରଖିଥିବା ବେଳେ ପୁଣି ଚିନ୍ତା ବଢାଇଲାଣି କରୋନାର ଆଉ ଏକ ନୂଆ ପ୍ରଜାତି I ବୈଜ୍ଞାନିକମାନେ ଠାବ କରିଥିବା କରୋନାର ଏହି ପ୍ରଜାତି ର ନା ହେଉଛି ଆଇଏଚୟୁ (IHU) ।
ମିଳିଥିବା ସୂଚନା ଅନୁଯାୟୀ, କରୋନାର ନୂଆ ପ୍ରଜାତି ଆଇଏଚୟୁ ପ୍ରାୟ ୪୬ ଥର ରୂପ ବଦଳାଇସାରିଲାଣି । କୁହାଯାଉଛି ଏହା ମୂଳ କୋଭିଡ୍ ଭାଇରସଠାରୁ ଅଧିକ ସଂକ୍ରାମକ ହୋଇପାରେ । ସେପଟେ ଇସ୍ରାଏଲ ରେ ମଧ୍ୟ କରୋନା ଆଉ ଏକ ପ୍ରଜାତି ‘ଫ୍ଲୋରୋନା’ ଆତଙ୍କ ଖେଳଇଲାଣି I
ରିପୋର୍ଟ ଅନୁଯାୟୀ, ଫ୍ରାନ୍ସରେ କରୋନାର ଏହି ନୂଆ ଭ୍ୟାରିଆଣ୍ଟ ଚିହ୍ନଟ କରାଯାଇଛି । ଫ୍ରାନ୍ସର ମାରସେଲରେ ଆଇଏଚୟୁ ଭ୍ୟାରିଆଣ୍ଟର ୧୨ଟି ମାମଲା ଚିହ୍ନଟ କରାଯାଇଛି । ଏହି ଭ୍ୟାରିଆଣ୍ଟ ସେହି ଲୋକଙ୍କଠାରେ ଦେଖାଦେଇଛି ଯେଉଁମାନେ ଆଫ୍ରିକା ଦେଶ କ୍ୟାମରୁନରୁ ପେରିଥିଲେ । ତେବେ କରୋନାର ଏହି ନୂଆ ଭ୍ୟାରିଆଣ୍ଟ ଆଇଏଚୟୁ କେତେ ସଂକ୍ରାମକ ହେବ ଏବଂ ଲୋକଙ୍କ ପ୍ରତି ଏହା କେତେ ଘତକ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । କିନ୍ତୁ ଫ୍ରାନ୍ସରେ ଏହାକୁ ନେଇ ଚିନ୍ତା ବଢିଯାଇଛି । କାରଣ ବର୍ତ୍ତମାନ ଫ୍ରାନ୍ସରେ ଓମିକ୍ରନ୍ ଲହର ତୀବ୍ର ଗତିରେ ମାଡିଚାଲିଛି । ପ୍ରତିଦିନ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୦ ପ୍ରତିଶତ ଲୋକେ ଓମିକ୍ରନରେ ଆକ୍ରାନ୍ତ ହେଉଛନ୍ତି । ଏହାରି ମଧ୍ୟରେ ନୂଆ ଭ୍ୟାରିଆଣ୍ଟ ମାମଲା ଚିହ୍ନଟ ହେବା ଚିନ୍ତାକୁ ଦୁଇଗୁଣିତ କରିଦେଇଛି I
ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବା ମୁତାବକ, ଫ୍ରାନ୍ସ ବ୍ୟତୀତ ଅନ୍ୟ କୌଣସି ଦେଶରେ ‘ଆଇଏଚ୍‌ୟୁ’ ଭାରିଏଣ୍ଟ ବର୍ତ୍ତମାନ ଯାଏଁ ଚିହ୍ନଟ ହୋଇନାହିଁ।

Comments (0)
Add Comment