ଗୋବିନ୍ଦ ପାପର ଆଉ ଏକ ଖୁଲାସା : ମମିତାଙ୍କ ଶବ ପୋଡ଼ିବା ପାଇଁ ବିବେକ ଅଗ୍ରୱାଲ ଙ୍କ ଠାରୁ ଟାୟାର ଆଣିଥିଲା

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ରାଜ୍ୟ ରାଜନୀତି ଅଧିକରୁ ଅଧିକ ସରଗରମ ହେଉଛି I ବିରୋଧୀ ରାଜ୍ୟ ସରକାର ଙ୍କୁ ସବୁଆଡୁ ଘେରିଥିବାବେଳେ ସରକାର ଙ୍କ ପକ୍ଷରୁ କୌଣସି କଥାକୁ ଭୃକ୍ଷେପ କରାଯାଉନାହିଁ I ଆଜି ଏହି ଚାଂଚଲ୍ୟକର ହତ୍ୟା ଘଟଣାରେ ଆଉ ଏକ ତଥ୍ୟ ପୋଲିସ କୁ ମିଳିଛି I ଗୋବିନ୍ଦ ସାହୁ ମମିତାଙ୍କୁ ହତ୍ୟା କରିବା ପରେ,ଟାୟାର ପାଇଁ ୧୨.୩୦ ରେ ବିବେକ ଅଗ୍ରଓ୍ବାଲ ନାମକ ବ୍ୟକ୍ତିଙ୍କୁ ଫୋନ କରିଥିଲା । ମମିତାଙ୍କ ଶବ ପୋଡ଼ିବାକୁ ବ୍ୟବହୃତ ହୋଇଥିବା ଟାୟାର ବିବେକ ଅଗ୍ରୱାଲ ନାମକ ବ୍ୟକ୍ତି ଦେଇଥିବା ଜଣାପଡ଼ିଛି।

ତେବେ କିଛି ଦିନ ପୂର୍ବରୁ ହତ୍ୟାକାଣ୍ଡରେ ବ୍ୟବହୃତ ସ୍କୁଟି ଓ ଜେସିବି ମଧ୍ୟ ଜବତ ହୋଇଥିଲା। ଏପଟେ ମମିତାକୁ ନ୍ୟାୟ ଦେବା ପାଇଁ ଜଳୁଛି ସାରା ରାଜ୍ୟ। ରାଜରାସ୍ତାକୁ ଓହ୍ଲାଇ ବିଭିନ୍ନ ରାଜନୈତିକ ଦଳ ଆନ୍ଦୋଳନ, ବିକ୍ଷୋଭ ମାଧ୍ୟମରେ ମମିତାର ହତ୍ୟାକାରୀକୁ କଠୋର ଦଣ୍ଡ ସହ ମନ୍ତ୍ରୀ କ୍ୟାପ୍ଟେନଙ୍କୁ ବହିଷ୍କାର କରିବା ଦାବି ଜୋର୍‌ ଧରିଛି।
ଅନ୍ୟପଟେ ବିଜେଡି ପକ୍ଷରୁ ଏହି ଘଟାଣାରୁ ରାଜ୍ୟ ବାସୀ ଙ୍କ ନଜର ହଟାଇବା ପାଇଁ ଜୋରଦାର ଉଦ୍ୟମ ଚାଲିଛି I ରାଜ୍ୟ ରେ ଦରବୃଦ୍ଧି ପାଇଁ କେନ୍ଦ୍ର ସରକାରକୁ ଦାୟୀ କରି ରାଲି ଧାରଣା ମାନ ବାହାର କରାଯାଉଛି I

Comments (0)
Add Comment