ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ଆଉ ଏକ ବଡ ଖୁଲାସା

ଏସିଏଫ ସୌମ୍ୟରଞ୍ଜନଙ୍କ ସନ୍ଦେହ ଜନକ ମୃତ୍ୟୁ ଉପରୁ ଏ ପର୍ଯ୍ୟନ୍ତ ପରଦା ହଟି ପାରୁନାହିଁ I କେଶ ପାରଳାଖେମୁଣ୍ଡି ପୋଲିସ ହାତରୁ ଯାଇ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ହାତରେ I ମାମଲାରେ ତଦନ୍ତ ଦିନକୁ ଦିନ ଯେତେ ଗଡୁଛି,ଆଳୁ ଖୋଳୁ ଖୋଳୁ ମହାଦେବ ପରି ଗୋଟିଏ ଗୋଟିଏ ସାଙ୍ଘାତିକ ତଥ୍ୟ ସାମନାକୁ ଆସୁଛି I ସମୟ ଗଡିବା ସହ ଜଣେ ପରେ ଜଣେ କର୍ମଚାରୀ ମୁହଁ ଖୋଲୁଛନ୍ତି । ଏହି କେଶରେ ସେଠାକାର ଡ଼ିଏଫଓ ମୁଖ୍ୟ ଅଭିଯୁକ୍ତ ତାଲିକାରେ ଅଛନ୍ତି କିନ୍ତୁ ତାଙ୍କ ବିରୁଦ୍ଧରେ ଠୋସ ପ୍ରମାଣ ଏଯାଏ ମିଳି ନ ଥିବା ବେଳେ ଏବେ ଡିଏଫଓଙ୍କୁ ନେଇ ହୋଇଛି ଆଉ ଏକ ବଡ ଖୁଲାସା । ତତକାଳୀନ(ନିଲମ୍ବିତ) ସୁରକ୍ଷାକର୍ମୀ ଡିଏଫଓଙ୍କୁ ନେଇ କରିଛନ୍ତି ସାଙ୍ଘାତିକ ଖୁଲାସା
ତତକାଳୀନ ସୁରକ୍ଷାକର୍ମୀ ଗଙ୍ଗାଧର ପ୍ରଧାନ କହିଛନ୍ତି, ‘ ମୁଁ ଦେଖିଛି ଡିଏଫଓ ସାର ସୌମ୍ୟ ସାର୍ ଙ୍କ ଘରକୁ ରାତି 12.30 ରୁ 1 ଭିତରେ ଯାଇଛନ୍ତି । ମୋର ନାଇଟ୍ ଡ୍ୟୁଟି ପଡିଥିଲା । ଡିଏଫଓ ପଛପଟ ଗେଟ୍ ଦେଇ ଏସିଏଫ ସୌମ୍ୟ ସାର୍ ଙ୍କ ରୁମ୍ କୁ ଯାଇଥିଲେ । ମୁଁ ତାଙ୍କୁ ଦେଖିଥିବା ଜାଣିବା ପରେ ମତେ ଚାକିରିରୁ କାଢି ଦେଇଛନ୍ତି ଡିଏଫଓ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସୌମ୍ୟ ସାର ଓ ତାଙ୍କ ସ୍ତ୍ରୀ ମର୍ନିଙ୍ଗ ୱାକ ଗଲାବେଳେ ଡ଼ିଏଫଓ ସାର ତାଙ୍କ ନିଜ ଛାତ ଉପରୁ ଥାଇ ଦେଖୁଥାନ୍ତି ବୋଲି ,ଏହି ସବୁ ଘଟଣା ସେ ଜାଣିଯାଇ ଥିବାରୁ ତାଙ୍କୁ ଆକ୍ରୋଶ ରଖି ଚାକିରୀ ରୁ ନିଲମ୍ବିତ କରାଯାଇଛି I ଗଙ୍ଗାଧର ପ୍ରଧାନ ଏହା ମଧ୍ୟ କହିଛନ୍ତି କି ଅଫିସରେ କାର୍ଯ୍ୟରତ ଥିବା ସମସ୍ତ ସରକାରୀ କର୍ମଚାରୀ ଏ ବିଷୟରେ ଜାଣିଛନ୍ତି । କିନ୍ତୁ କେହି ମୁହଁ ଖୋଲୁ ନାହାନ୍ତି ।‘ ଡିଏଫଓଙ୍କ ଡରରେ କାହା ପାଟିରୁ କିଛି ବାହାରୁନି I
ଅନ୍ୟପଟେ ଡିଏଫଓ ଙ୍କ ସହିତ ଯୋଗାଯୋଗ କରାଯାଇଥିଲା ,କିନ୍ତୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ସବୁଥର ଭଳି ଏ ଥର ବି କାମ ଥିବାର ବାହାନା କରି ମୋତେ ଡିଷ୍ଟର୍ବ କରନ୍ତୁ ନାହିଁ ବୋଲି କହିଛନ୍ତି Iଗଣମାଧ୍ୟମ ସାମନାରେ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ଡିଏଫଓ ସଂଗ୍ରାମ କେଶରୀ ବେହେରା ।
ଅନ୍ୟପଟେ ଏହାକୁ ନେଇ ଚୋର ମୁହଁ ଟାଣ ବୋଲି କହିଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର । ଏହାସହ ସେ ସୌମ୍ୟ ମୃତ୍ୟୁ ମାମଲାକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି କଟକ ବଡ଼ ଡାକ୍ତରଖାନାର ଡାକ୍ତର ବିଦ୍ୟାଙ୍କ ଭିଣୋଇ। ତେଣୁ ଭିଣୋଇଙ୍କୁ ଲଗାଇ ସୌମ୍ୟଙ୍କ ପୋଷ୍ଟମର୍ଟ ରିପୋର୍ଟ ଏପଟ ସେପଟ କରାଯାଇଛି ।
ପ୍ରଥମେ ପୋଲିସ ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲେ ବି ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇପାରିନି । ସୌମ୍ୟଙ୍କ ମୃତ୍ୟୁ ଆତ୍ମହତ୍ୟା, ହତ୍ୟା, ନା ଦୁର୍ଘଟଣା ଜନିତ ତାହା ବିଷୟରେ କିଛି ମଧ୍ୟ ଖୁଲାସା ହୋଇପାରିନାହିଁ ।୨ ମାସ ବିତିଯାଇଥିଲେ ବି ସୌମ୍ୟ ମୃତ୍ୟୁ ମାମଲାର ଅଡୁଆ ସୁତା ର ଖିଅ କ୍ରାଇମବ୍ରାଞ୍ଚ ହାତରେ ଲାଗିନାହିଁ ଇ କେବଳ ଜେରା ଉପରେ ଜେରା ଚାଲିଛି ,କିନ୍ତୁ କୌଣସି ଫଳ ମିଳିପାରି ନାହିଁ ଇ ତେଣୁ ସୌମ୍ୟ ଙ୍କ ପରିବାର ଲୋକେ କ୍ରାଇମବ୍ରାଞ୍ଚ ତଦନ୍ତ ର ସତ୍ୟତା ଉପରେ ବି ଆଙ୍ଗୁଳି ଉଠାଇଲେଣି ଇ ଦେଖାଯାଉ କ୍ରାଇମବ୍ରାଞ୍ଚ ତଦନ୍ତ ରେ ପ୍ରକୃତ ଦୋଷୀ ଧରାପଡୁଛନ୍ତି କି ନାହିଁ, ନାଁ ସୌମ୍ୟ ଙ୍କ କେଶ ବି ଫାଇଲ ତଳେ ଚାପି ହେଇ ଯାଉଛି ତାହା ସମୟ କହିବ I

Comments (0)
Add Comment