ଭାରତ ବିରୁଦ୍ଧରେ ପାକିସ୍ତାନ ର ଆଉ ଏକ ବଡ ଷଡଯନ୍ତ୍ର : ଭାରତ ବିରୋଧୀ ପ୍ରଚାର ପାଇଁ ୨୦ ଟି ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ

ଭାରତ ବିରୋଧରେ ପାକିସ୍ତାନ ତାର ଅଭିନବ ପ୍ରଚାର ଅଭିଯାନ ଆରମ୍ଭ କରିଛି I ଏ ସଂକ୍ରାନ୍ତରେ ଜଣାପଡିବାପରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ସ୍ୱରୂପ କଠୋର ପଦକ୍ଷେପ ନେଇ ୨୦ ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ କରିଛନ୍ତି I ଭାରତ ବିରୋଧୀ ପ୍ରଚାର କୁ ଅଧିକ ମାତ୍ରାରେ ପ୍ରସାର କରିବା ଅଭିଯୋଗରେ ପୃଥକ ପୃଥକ ନିର୍ଦ୍ଦେଶରେ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ବିଭାଗ ୟୁଟ୍ୟୁବ ର ୨୦ ଟି ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି | ଏହା ବ୍ୟତୀତ ଟେଲିକମ୍ ବିଭାଗ ଭାରତ ବିରୋଧୀ ଅଭିଯାନ ପ୍ରଚାର କୁ ରୋକିବା ପାଇଁ ଦୁଇଟି ୱେବସାଇଟ୍ କୁ ବ୍ଲକ କରିବାକୁ ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ନିର୍ଦ୍ଦେଶ ଦେଇଛି। ଇଣ୍ଟର ସର୍ଭିସେସ ଇଣ୍ଟେଲିଜେନ୍ସ ସହାୟତାରେ ଏହି ପ୍ରଚାର ପ୍ରସାର କରାଯାଇଥିଲା I ବ୍ୟାନ କରାଯାଇଥିବା ୟୁ ଟ୍ୟୁବ ଚାନେଲ ମାନଙ୍କ ମଧ୍ୟରେ ‘ନୟା ପାକିସ୍ତାନ’ ନାମକ ଏକ ୟୁଟ୍ୟୁବ ଚାନେଲ ରହିଛି I ଯାହାର ୟୁ ଟ୍ୟୁବ ରେ ୨ ଲକ୍ଷ ରୁ ଅଧିକ ଗ୍ରାହକ ଅଛନ୍ତି I ସୂଚନା ଅନୁଯାୟୀ କାଶ୍ମୀର, ଭାରତୀୟ ସେନା, ଭାରତର ସଂଖ୍ୟାଲଘୁ ସମ୍ପ୍ରଦାୟ ,କୃଷି ଆଇନ ତଥା ଅଯୋଧ୍ୟା ଭଳି ପ୍ରସଙ୍ଗରେ ଏହି ଚାନେଲ ମିଥ୍ୟା ଖବର ଅପପ୍ରଚାର ଚଳାଇଥିଲା I
ସୂଚନାନୁସାରେ, ଗୁପ୍ତଚର ଏଜେନ୍ସି ଓ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମଧ୍ୟରେ ସମନ୍ୱିତ ପ୍ରୟାସ ପରେ ଏହି ଅପରେସନ୍ କରାଯାଇଛି। ଏହି ଚ୍ୟାନେଲଗୁଡ଼ିକର ମିଳିତ ନେଟୱାର୍କରେ ୩୫ ଲକ୍ଷ ଗ୍ରାହକ ରହିଥିବାବେଳେ ସେହି ଭିଡିଓ ତଥ୍ୟ ଗୁଡିକୁ ୫୫ କୋଟିରୁ ଅଧିକ ଲୋକ ଦେଖିଥିଲେ I

Comments (0)
Add Comment