ଭିଜିଲାନ୍ସ ଜାଲରେ ଆଉ ଜଣେ ସହକାରୀ ଯନ୍ତ୍ରୀ: ଏକ ସାଙ୍ଗରେ ୫ଟି ସ୍ଥାନରେ ରେଡ୍

ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ କୁବେର ସହକାରୀ ଯନ୍ତ୍ରୀ । ବାଲେଶ୍ୱର ଜିଲ୍ଲା ସୋର ଆରଡବ୍ଲୁ ସେକ୍ସନର ସହକାରୀ ଯନ୍ତ୍ରୀ ପ୍ରମୋଥ ବେହୁରିଆଙ୍କ ଘରେ ଆଜି ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ାଉ କରିଛି I ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ବେହୁରୀଆଙ୍କ ଙ୍କ ସୋର କାର୍ଯ୍ୟାଳୟ ସମେତ ବାଗୁରାଇ ସ୍ଥିତ ଘର, ଅର୍ଣ୍ଣପାଳ ସ୍ଥିତ ଘର ସହିତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଚାଲିଛି । ଚଢାଉ ବେଳେ ପ୍ରମୋଥଙ୍କ ଘରୁ ନଗଦ ୧ଲକ୍ଷ ୬୫ ହଜାର ଟଙ୍କା, ସୁନା,ଗହଣା ଓ ଗୁରୁତ୍ୱ ପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ତେବେ ପ୍ରମୋଥଙ୍କର୧୬ଟି ପ୍ଲଟ୍ ଥିବା ସୂଚନା ମିଳିଛି। ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୧୬ ଲକ୍ଷ ଟଙ୍କା ହେବ।ଏହି ଚଢ଼ାଉ ଟିମରେ ଜଣେ ଅତିରିକ୍ତ ଏସପି, ୪ ଜଣ ଡିଏସପି ଓ ୪ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଥିବାବେଳେ ସର୍ବମୋଟ ଆୟ ବହିର୍ଭୂତ ସମ୍ପତ୍ତି ର ଆକଳନ କରାଯାଇପାରି ନାହିଁ I