ପୂରଣ ହେବ ଆଉ ୭ହଜାର ଶିକ୍ଷକ ପଦବୀ

ଭୁବନେଶ୍ଵର: ଶିକ୍ଷକ ଆଶାୟୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଖୁବଶୀଘ୍ର ପୂରଣ ହେବ ଆଉ ୭ହଜାର ଶିକ୍ଷକ ପଦବୀ । ଏନେଇ ଆସନ୍ତା ମାସରେ ବିଜ୍ଞପ୍ତି ପ୍ରକାଶ ପାଇବ। ଗୁଣାତ୍ମକ ଶିକ୍ଷା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି। ପୂର୍ବରୁ ଦୁଇଟି ପର୍ୟ୍ୟାୟରେ ୧୩ ହଜାର ଶିକ୍ଷକ ନିଯୁକ୍ତି ପାଇ ସାରିଛନ୍ତି। ଆଉ ଏବେ ୭ ହଜାର ଶିକ୍ଷକଙ୍କ ପଦବୀ ପୂରଣ ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏନେଇ ସୂଚନା ଦେଇଛନ୍ତି।

ଗଣଶିକ୍ଷା ମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି ଯେ, ପବିତ୍ର ଗୁରୁ ଦିବସର ଶିକ୍ଷକମାନଙ୍କୁ ପ୍ରଣାମ ଓ ଆର୍ଶୀବାଦ ଭିକ୍ଷା କରୁଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। କୋଭିଡ୍ ସମୟରେ ଶିକ୍ଷକମାନଙ୍କ ପାଠପଢା ଅବଦାନ ଅତୁଳନୀୟ। ଦଶମ ଓ ଦ୍ୱାଦଶ ପାଠପଢା ସହ ପରୀକ୍ଷା ରେଜଲ୍ଟ ପ୍ରକାଶ କରାଇବାରେ ଆମେ ସକ୍ଷମ ହୋଇପାରିଛୁ। ଶିକ୍ଷକମାନେ ତାଙ୍କ ଗୁରୁଦାୟିତ୍ଵ ସଠିକ୍ ଭାବେ ନିର୍ବାହ କରିଛନ୍ତି। ତେବେ ଗୁରୁ ଦିବସକୁ ସଂକଳ୍ପ ଦିବସ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ।