ଭାରତୀୟ କ୍ରିକେଟ ର ବିରେନ୍ଦ୍ର ସେହଓ୍ବାଗଙ୍କ ଭଉଣୀ ଅଞ୍ଜୁ ସେହଓ୍ବାଗ ଆମ୍‌ ଆଦମୀ ପାର୍ଟି ରେ ସାମିଲ ହେଲେ

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଓପନର୍‌ ବିରେନ୍ଦ୍ର ସେହଓ୍ବାଗଙ୍କ ଭଉଣୀ ଅଞ୍ଜୁ ସେହଓ୍ବାଗ ଆମ୍‌ ଆଦମୀ ପାର୍ଟି​‌ (ଆପ୍‌)ରେ ସାମିଲ ହୋଇଛନ୍ତି I ଆପ୍‌ରେ ସାମିଲ ହେବାପରେ ଅଞ୍ଜୁ ସେହଓ୍ବାଗ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ନୀତିଆଦର୍ଶ ଖୁବ ପସନ୍ଦ । ସେଥିପାଇଁ ଆପ୍‌ ଦଳରେ ଯୋଗଦେଇଛି । ପାର୍ଟିର ରାଷ୍ଟ୍ରୀୟ ମହାସଚିବ ପଙ୍କଜ ଗୁପ୍ତା ଓ ବିଧାୟକ ସୋମନାଥ ଭାରତୀ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟତା ଦେଇଛନ୍ତି । ଅଞ୍ଜୁ ଏହାପୂର୍ବରୁ ମଦନଗୀର ୱାର୍ଡରେ କଂଗ୍ରେସ ପକ୍ଷରୁ କାଉନସିଲରର ରହିଥିଲେ ।

ଏ ସମ୍ପର୍କରେ ଆମ୍‌ ଆଦମୀ ପାର୍ଟି ଟ୍ବିଟ୍‌ କରି କହିଛି ଯେ, ‘ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହଓ୍ବାଗଙ୍କ ଭଉଣୀ ଅଞ୍ଜୁ ସେହଓ୍ବାଗ ଆଜି ଅରବିନ୍ଦ କେଜରିଓ୍ବାଲ ସରକାରଙ୍କ ଜନହିତକର ଯୋଜନାରେ ପ୍ରେରିତ ହୋଇ ଆମ୍‌ ଆଦମୀ ପାର୍ଟିରେ ସାମିଲ ହୋଇଛନ୍ତି । ଦଳର ରାଷ୍ଟ୍ରୀୟ ମହାସଚିବ ପଙ୍କଜ ଗୁପ୍ତା ଏବଂ ବିଧାୟକ ସୋମନାଥ ଭାରତୀ ତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି।’
ସେହିପରି ଅଞ୍ଜୁ ସେହଓ୍ବାଗ କହିଛନ୍ତି କି ଦଳ କେଉଁ କାମ ଦେବ ତାକୁ ଦୃଢତାର ସହ ନିଭାଇବି ।’ ୨୦୨୨ରେ ହେବାକୁ ଥିବା ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପୂର୍ବରୁ ଅଞ୍ଜୁ ସେହଓ୍ବାଗ ଆପ୍‌ରେ ସାମିଲ ହେବା ନିହାତି ଭବେ ଦଳର ସମ୍ଭାବନାକୁ ବଳ ମିଳିବା ସହିତ ଆହୁରି ମଜବୁତ ହେବ । ୨୦୧୨ ନଗର ନିଗମ ନିର୍ବାଚନରେ ବିଜେପି ପ୍ରାର୍ଥୀ ଆରତୀ ଦେବୀଙ୍କୁ ୫୫୮ ଭୋଟରେ ହରାଇଥିଲେ ଅଞ୍ଜୁ ସେହଓ୍ବାଗ ।

ଅନ୍ୟପଟେ ଆପ୍ ପକ୍ଷରୁ କୁହାଯାଇଛି କି ନଗର ନିଗମ ନିର୍ବାଚନ ପୂର୍ବରୁ ସମାଜସେବୀ ଅଞ୍ଜୁ ସେହୱାଗ ପାର୍ଟିରେ ଯୋଡି ହୋଇଥିବାରୁ ପାର୍ଟିକୁ ନିଶ୍ଚିତ ଲାଭ ମିଳିବ ।

Comments (0)
Add Comment