ଅଙ୍ଗନ ବାଡ଼ି କର୍ମୀଙ୍କ ଗଣ ବିକ୍ଷୋଭ

ଆଜି ହଜାର ହଜାର ସଂଖ୍ୟାରେ ଅଙ୍ଗନୱାଡି କର୍ମୀ ମାଷ୍ଟରକ୍ୟାଣ୍ଟିନ୍‌ଠାରୁ ବିଧାନସଭା ପର୍ଯ୍ୟନ୍ତ ରାସ୍ତା ଉପରେ ବସି ନିଜ ଦାବି ପୂରଣ ପାଇଁ ଆରମ୍ଭ କରିଛନ୍ତି ଜୋରଦାର ଲଢ଼େଇ। ଏଥର ଖାଲି ହାତରେ ଯିବେନି, ନିଜ ଦାବି ପୂରଣ ହେବା ପରେ ହିଁ ରାଜଧାନୀ ଛାଡ଼ି ଗାଁ ମୁହାଁ ହେବେ ବୋଲି ପଣ କରିଛନ୍ତି ।ନିଜର ୧୩ ଦଫା ଦାବି ପୂରଣ ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛି ଅଲ ଓଡ଼ିଶା ଅଙ୍ଗନବାଡି ଲେଡିଜ୍ ଓ୍ୱାର୍କର୍ସ ଆସୋସିଏସନ୍ । ଭାରତୀୟ ମଜଦୁର ସଂଘ ମଧ୍ୟ ଏଥିରେ ସାମିଲ ହୋଇଛି ।ଏହି ଅବସରରେ କହିଛନ୍ତି “୨ ବର୍ଷ ତଳେ ରାଜରାସ୍ତାକୁ ଓହ୍ଲାଇଥିଲୁ । ଆନ୍ଦୋଳନ କରିଥିଲୁ। ଦାବି ପୂରଣ କରିବାକୁ ନେହୁରା ହୋଇଥିଲୁ। ଆମକୁ ଆଶ୍ୱାସନା ଦେଇ ଉଠାଇଦେଲେ। କିଛି ପୂରଣ କଲେ, କିଛି ଭୁଲିଗଲେ। ହେଲେ ଏଥର ଛାଡ଼ିବୁନି। ଭଲରେ ଭଲରେ ଆମ ଦାବି ନ ମାନିଲେ ଆମ ହକ୍‌ ଛଡ଼ାଇ ନେବୁ। ଆଗକୁ ପଞ୍ଚାୟତ ନିର୍ବାଚନ । ମୁହଁତୋଡ଼ ଜବାବ ଦେବୁ। ” ଏପରି କହି ଆଜି ବିଧାନ ସଭା ସମ୍ମୁଖରେ ଗର୍ଜିଛନ୍ତି ଅଙ୍ଗନବାଡି କର୍ମୀ ।

Comments (0)
Add Comment