ଆନ୍ଧ୍ରପ୍ରଦେଶ ର ଲଘୁଚାପ ପ୍ରଭାବ ରେ ୨୪ ଘଣ୍ଟା ମଧ୍ୟରେ ଓଡିଶାର ଅନେକ ଜିଲ୍ଲାରେ ବର୍ଷ ସମ୍ଭାବନା


ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି ଏହାର ପ୍ରଭାବ ରେ ଆନ୍ଧ୍ରପ୍ରଦେଶ ର କେତେକ ଉପକୂଳ ବର୍ତ୍ତୀ ଜିଲା ଗୁଡିକରେ ଖୁବ ଜୋର ବର୍ଷ ହେଉଛି I ଏହି ଅବପାତ କ୍ରମେ ତାମିଲନାଡୁ ମୁହାଁ ହୋଇଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋହଲା ପାଗ ଦେଖିବାକୁ ମିଳିଛି। ତେବେ ଲଘୁଚାପ ଦକ୍ଷିଣ ଭାରତ ମୁହାଁ ହୋଇଥିଲେ ମଧ୍ୟ ଓଡିଶାରେ ରାତିର ତାପମାତ୍ରାରେ ସ୍ୱଭାବିକ ଠାରୁ ଅଧିକ ରହିଛି।
ଆଗାମୀ ୨ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଆଗାମୀ ୨ ୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡିଶାର ୪ ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡା ଏବଂ ଗଜପତିରେ ହାଲକା ଧରଣର ବର୍ଷା ହେବ।
ସେହିପରି ୨୧ ତାରିଖ ଆଡକୁ ମାଲକାନଗିରି, କୋରାପୁଟ ଏବଂ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି।

Comments (0)
Add Comment