ଭୁବନେଶ୍ୱର: ଆଣ୍ଡାମାନକୁ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ରବିବାର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କୋମରିନ-ମାଳଦ୍ବୀପ, ଦକ୍ଷିଣ ବଙ୍ଗୋପ ସାଗର, ନିକୋବର ଏବଂ ଦକ୍ଷିଣ – ଆଣ୍ଡାମାନ ସାଗର ଅଞ୍ଚଳକୁ ଅଗ୍ରସର ହୋଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଆସନ୍ତା ୨୨ ତାରିଖ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଆଞ୍ଚଳିକ ପାଣିପାଗ ନିଦେ୍ର୍ଧଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ସୃଷ୍ଟି ହୋଇ ଉତ୍ତର ପୂର୍ବ ଦିଗକୁ ଗତି କରିପାରେ । ୨୪ ତାରିଖ ପାଖାପାଖି ଅବପାତର ରୂପ ନେଇପାରେ । ତେବେ ଏଯାବତ ବାତ୍ୟାନେଇ କୌଣସି ଆକଳନ କରାଯାଇନାହିଁ ବୋଲି କହି ଭୟଭୀତ ନହେବାକୁୁ ଆଞ୍ଚଳିକ ପାଣିପାଗ ନିଦେ୍ର୍ଧଶିକା ମନୋରମା ମହାନ୍ତି କହିଛନ୍ତି । ଅନ୍ୟପକ୍ଷରେ ବର୍ତ୍ତମାନର ପ୍ରାକ ଆକଳନ ଅନୁସାରେ ସମ୍ଭାବ୍ୟ “ସାମୁଦ୍ରିକ ଝଡ଼” ଉତ୍ତର ଆନ୍ଧ୍ରପ୍ରଦେଶ ତଥା ଓଡିଶା ମୁହାଁ ହୋଇପାରେ, କିନ୍ତୁ କେଉଁଠି ସ୍ଥଳଭାଗ ଛୁଇଁବ ଏବଂ କେତେ ଘନୀଭୂତ ହେବ ଏନେଇ ସବିଶେଷ ଆକଳନ ଘୁର୍ଣ୍ଣିବଳୟ ପରେ ହିଁ ସ୍ପଷ୍ଟ ହୋଇପାରିବ। ତେବେ ଯଦି ଏହା “ବାତ୍ୟା” ରୂପ ନିଏ ଏହାର ନାମ “ରେମଲ” ରହିବ, ଯାହାର ନାମକରଣ ଓମାନ ଦ୍ୱାରା କରାଯାଇଛି।