ଆଗାମୀ ୩ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କନ୍ଧମାଳ, ବୌଦ୍ଧ, ନୟାଗଡ, ଗଞ୍ଜାମ ବର୍ଷା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାର ଘଡଘଡି, ବିଜୁଳି ସହର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ପାଣିପାଗ ସତର୍କ ସୂଚନା ଦେଇଛି । ଏଥିସହିତ ୪୦ରୁ ୫୦ କିମି ବେଗରେ ମଧ୍ୟ ପବନ ବହିବାର ସମ୍ଭାବନା ରହିଛି । ତେଣୁ ପାଣିପାଗ ଉପରେ ନଜର ରଖି ସୁରକ୍ଷିତ ସ୍ଥାନରେ ରହିବା ପାଇଁ ଚେତାଇ ଦେଇଛି ପାଣିପାଗ ବିଭାଗ ।
ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ଘଡ଼ଘଡ଼ି ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ପାଇଁ ମଧ୍ୟ ଏହାର ପ୍ରଭାବ ରହିଛି । ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏହାବ୍ୟତୀତ ଦକ୍ଷିଣ ଉପକୂଳ ଜିଲ୍ଲା କନ୍ଧମାଳ, ବୌଦ୍ଧ, ସୋନପୁର, ନୂଆପଡା, ବଲାଙ୍ଗୀରରେ ମଧ୍ୟ ବର୍ଷା ସମ୍ଭାବନା ରହିଛି ।