ଖୋଲୁ ଖୋଲୁ ଗୋଟିଏ ସ୍କୁଲ ରେ ୫୩ ଛାତ୍ରୀ ସଂକ୍ରମିତ

କରୋନା ମହାମାରୀ ଯୋଗୁଁ ଦୀର୍ଘ ଦେଢ଼ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିଲା I ବର୍ତ୍ତମାନ ରାଜ୍ୟରେ କରୋନା ର ୨ୟ ଲହର ର ପ୍ରକୋପ ଧୀରେ ଧୀରେ କମି ଗଲାଣି ,ତେଣୁ ଏବେ ରାଜ୍ୟରେ ଅଧିକାଂଶ ଶିକ୍ଷାନୁଷ୍ଠାନ ଖୋଲି ଯାଇଥିବା ବେଳେ ଛାତ୍ରଛାତ୍ରୀ ପୁଣି ଥରେ ଏହି ମହାମାରୀ ରେ ସଂକ୍ରମିତ ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ ବୁର୍ଲା ଭିମସାର ୨୨ ମେଡିକାଲ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହେବା ପରେ ଏବ ସୁନ୍ଦରଗଡ଼ର ଏକ ବାଳିକା ବିଦ୍ୟାଳୟର ୫୩ ଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଛାତ୍ରୀଙ୍କ ମଧ୍ୟରେ କରୋନା ସଂକ୍ରମଣ ରୋକିବା ଏବେ ସରକାରଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ହୋଇ ଉଭା ହେଲାଣି।ସୁନ୍ଦରଗଡ ଜିଲ୍ଲାରେ ଗୋଟିଏ ସ୍କୁଲର ୫୩ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତମାନେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରୀ ବୋଲି ସୂଚନା ମିଳିଛି । ପ୍ରଥମେ କିଛି ଛାତ୍ରୀଙ୍କର ସାମାନ୍ୟ ଥଣ୍ଡାକାଶ ଲକ୍ଷଣ ଦେଖାଦେଇଥିଲା । ଏନେଇ ଟେଷ୍ଟ କରାଯିବା ପରେ ୫୩ଜଣ ଛାତ୍ରୀ କରୋନ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆକ୍ରାନ୍ତମାନଙ୍କୁ ଆଇସୋଲେସନରେ ରଖାଯାଇଛି ।
କୋଭିଡରେ ଆକ୍ରାନ୍ତ ହୋଇଥିବା ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ରହିଛି । ଏତେ ସଂଖ୍ୟକ ଛାତ୍ରୀ କରୋନା ଚିହ୍ନଟ ହେବା ପରେ ସ୍କୁଲ ବନ୍ଦ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି । ତେବେ ରାଜ୍ୟ ସରକାର ଙ୍କ ତରଫରୁ ସମସ୍ତ ସ୍କୁଲ ଗୁଡିକୁ କୋଭିଡ ଗାଇଡ଼ ଲାଇନ ଜାରି ହେବ ସତ୍ୱେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଇବା ଚିନ୍ତା ର ବିଷୟ ହୋଇଛି I

Comments (0)
Add Comment