ଠକେଇ ଅଭିଯୋଗରେ ଦିଆ ଡାଏରୀ ର ଏମ୍‌ଡି ଅମ୍ରିତା କିଣ୍ଡୋ ଗିରଫ

ରାଜଧାନୀରେ ୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଗିରଫ ହେଲେ ଦିଆ ଡାଏରୀ ର ପରିଚାଳନା ନିର୍ଦ୍ଦେଶିକା ଅମ୍ରିତା କିଣ୍ଡୋ ।ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ ଲିମିଟେଡ଼ର ଅଭିଯୋଗ ଅନୁସାରେ ଅମ୍ରିତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଅନ୍ନପୂର୍ଣ୍ଣ ପ୍ରାଇଭେଟ୍ ଲିମିଟେଡରୁ ଜାଲ ଡକୁମେଣ୍ଟ ଦେଇ ୫କୋଟି ଋଣ ଆଣି ପରବର୍ତୀ ସମୟରେ ଫେରାର ହୋଇଯାଇଥିଲେ I ସେହିଭଳି ଭାବରେ ଅମ୍ରିତା ଓ ତାଙ୍କ ସ୍ବାମୀ ଦୀପକ କିଣ୍ଡୋ ଦେଶର ବିଭିନ୍ନ କମ୍ପାନୀଠୁ ୧୦୦କୋଟିରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା । ଦୀପକ କିଣ୍ଡୋ ୨୦୨୦ ମସିହାରେ ଲୋନ୍‌ ପାଇଁ ଅନ୍ନପୂର୍ଣ୍ଣା ପ୍ରାଇଭେଟ ଲିମିଟେଡ଼କୁ ଆବେଦନ କରିଥିଲେ । SHG ଗ୍ରୁପକୁ ଋଣ ଦେବା ପାଇଁ ଏହି ଲୋନ ଆପ୍ଲାଏ କରିଥିଲେ କିନ୍ତୁ ଉଠାଇଥିବା ୫ କୋଟି ତାଙ୍କର ଋଣ କୁ ସ୍ୱାମୀ ସ୍ତ୍ରୀ ଆତ୍ମସାତ କରିଥିବା ର ଅଭିଯୋଗ ହୋଇଥିଲା । ତେବେ ଦୀପକ ଋଣ ନେଇଥିବା ଟଙ୍କା ତାଙ୍କ ସ୍ତ୍ରୀଙ୍କ କମ୍ପାନୀକୁ ଟ୍ରାନ୍ସଫର କରିଥିଲେ ।

Comments (0)
Add Comment