୭୦୦ ବିଜେପି ନେତାଙ୍କୁ ଅମିତ ଶାହାଙ୍କ ମାଷ୍ଟରକ୍ଲାସ୍‌

ଆସନ୍ତା କାଲି ବାରଣାସୀରେ ୭୦୦ ବିଜେପି ନେତାଙ୍କ ମାଷ୍ଟରକ୍ଲାସ୍‌ ନେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ବୈଠକରେ ସମସ୍ତ ୯୮ ଜିଲ୍ଲାଧ୍ୟକ୍ଷ ଏବଂ ଜିଲ୍ଲା ପ୍ରଭାରୀ, ସବୁ ୪୦୩ ବିଧାନସଭା ସିଟ୍‌ର ପ୍ରଭାରୀ, ୟୁପିରେ ଦଳର ୬ କ୍ଷେତ୍ରୀୟ ଅଧ୍ୟକ୍ଷ, ସମସ୍ତ ବରିଷ୍ଠ ପଦାଧିକାରୀ ବରଣାସୀ‌ରେ ଏକଜୁଟ ହେବେ। ଉତ୍ତରପ୍ରଦେଶର ବିଜେପି ଉପାଧ୍ୟକ୍ଷ ବିଜୟ ବାହାଦୂର କହିଛନ୍ତି, ଏହି ମେଗା ମିଟିଂ ପାଇଁ ନଭେମ୍ବର ୧୨ ତାରିଖରେ ପାର୍ଟିର ରାଜ୍ୟ ସ୍ତରୀୟ ସମସ୍ତ ନେତା ବାରଣାସୀରେ ଉପସ୍ଥିତ ରହିବେ। ଏହା ସହ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଚାଲିଥିବା ପ୍ରସ୍ତୁତିର ସମୀକ୍ଷା ମଧ୍ୟ କରିବେ ଶାହା । ଏହି ବୈଠକ ଗୋଟିଏ ଦିନ ଚାଲିବ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟ ବିଜେପି ସଭାପତି ଦେବ ସିଂହ, ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୂରା ଟିମ୍‌ ବାରଣାସୀ ପହଞ୍ଚିବେ ।
ସୂଚାନୁସାରେ ନଭେମ୍ବର ୧୩ ତାରିଖରେ ଏକ ରାଲି ପାଇଁ ଅମିତ ଶାହା ଅଖିଳେଶ ଯାଦବଙ୍କ ନିର୍ବାଚନ ମଣ୍ଡଳୀ ଆଜମଗଡ଼ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ନଭେମ୍ବର ୧୯-୨୧ ଅମିତ ଶାହା ଲକ୍ଷ୍ନୌରେ ରହିବେ। ସେଠାରେ ସେ ବାର୍ଷିକ ପ୍ରଧାନମନ୍ତ୍ରୀ ଡିଜିପି କନଫରେନ୍ସରେ ଅଂଶଗ୍ରହଣ କରିବେ । ସେହିପରି ଆସନ୍ତା ମାସରୁ ଦଳର ‘ପରିବର୍ତ୍ତନ ଯାତ୍ରା’ର ଶୁଭାରମ୍ଭ ହୋଇପାରେ ବୋଲି ଶୁଣିବାକୁ ମିଳୁଛି ।

Comments (0)
Add Comment