ନୂଆଦିଲ୍ଲୀ: ଅମିତ ଶାହ ବିଏସଏଫର ଅଳଙ୍କରଣ ସମାରୋହରେ ଭାଗ ନେଇ ପୁଣି ପାକିସ୍ତାନ ଉପରେ ବର୍ଷିଲେ । ସମାରୋହରେ ଭାରତୀୟ ସେନାର ପ୍ରଶଂସା କରିଥିଲେ ଅମିତ ଶାହ । ଅପରେସନ ସିନ୍ଦୂର ପାକିସ୍ତାନର ମୁଖା ଖୋଲିଦେଇଛି । BSF ଥିବା ଯାଏଁ ପାକିସ୍ତାନ ସେନା ଇଞ୍ଚେ ବି ଆଗକୁ ବଢିପାରିବନି । ଅପରେସନ ସିନ୍ଦୂରରେ ୯ଟି ଆତଙ୍କୀ ଠିକଣାକୁ ଧ୍ଵଂଶ କରିଛୁ । ଅପରେସନ ସିନ୍ଦୂର ଦ୍ୱାରା ଆତ୍ମନିର୍ଭର ଭାରତର ସଫଳତାକୁ ଦେଖିଲୁ। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହୋଇଛି, ଆଗକୁ ବି ଜାରି ରହିବ ବୋଲି କହିଛନ୍ତି । ଅପରେସନ ସିନ୍ଦୂର ପ୍ରଧାନମନ୍ତ୍ରୀଙ୍କ ଦୃଢ ଇଚ୍ଛାଶକ୍ତି, ସେନାର କ୍ଷମତା ଏବଂ ଖବର ସଂଗ୍ରହ ସଠିକ୍ ହେବା ଯୋଗୁଁ ସଫଳ ହୋଇପାରିଛି । ପାକିସ୍ତାନ ଦୀର୍ଘଦିନରୁ ଅନେକ ଘଟଣାରେ ଆମ ଉପରେ ସଂରକ୍ଷଣାତ୍ମକ ପ୍ରକ୍ରିୟା ଆପଣାଇଛି, ଯାହାର ଆମେ ଉଚିତ ଜବାବ ଦେଇନଥିଲୁ ।