ହମାସର ଚେତାବନୀ, ଗୋଟିଏ ଦିନରେ ଶେଷ ହୋଇଯିବ ଆମେରିକା

ଯୁକ୍ତରାଷ୍ଟ୍ର ଆମେରିକାର ଅସ୍ତିତ୍ବ ରହିବ ନାହିଁ, ସୋଭିଏତ୍‌ ଦେଶ ପରି ଭାଙ୍ଗିଯିବ ବୋଲି ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ଚାଲିଥିବା ବ‌େଳେ ହମାସ୍‌ର ଅନ୍ୟତମ ବରିଷ୍ଠ ଅଧିକାରୀ ଅଲୀ ବରାକା ସତର୍କବାଣୀ ଶୁଣାଇଥିବା କଥା ‘ଜେରୁଜେଲମ୍‌ ପୋଷ୍ଟ୍‌’ ରିପୋର୍ଟ କରିଛି। ନଭେମ୍ବର ୨ ତାରିଖ ଦିନ ଲେବାନୀୟ ‘ୟୁଟ୍ୟୁବ୍‌ ଚାନେଲ୍‌’ ସହିତ ସାକ୍ଷାତକାର ବେଳେ ଅଲୀ ବରାକା ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

‘ମଧ୍ୟ-ପ୍ରାଚ୍ୟ ଗଣମାଧ୍ୟମ ‌ଗବେଷଣା ପ୍ରତିଷ୍ଠାନ’ ଅନୁବାଦ କରିଥିବା ଉକ୍ତ ସାକ୍ଷାତ୍‌କାରରେ ବରାକାଙ୍କ କଥା ଉଦ୍ଧୃତ କରି ‘ଜେରୁଜେଲମ୍‌ ପ‌ୋଷ୍ଟ୍‌’ ଲେଖିଛି: ଯୁକ୍ତରାଷ୍ଟ୍ର ଆମେରିକା ବ୍ରିଟେନ୍‌ ଓ ବୈଶ୍ବିକ ‘ଫ୍ରିମିସ୍‌ନରି’ଦ୍ବାରା ସଂସ୍ଥାପିତ ହୋଇଥିଲା। ଠିକ୍‌ ସୋଭିଏଟ୍‌ ଦେଶ ଭଳି ଏହାର ପତନ ଘଟିବ।

ସତର୍କ କରାଇ‌ ସେ କହିଛନ୍ତି, ଏ ଅଞ୍ଚଳରେ ଥିବା ଆମେରିକାର ସମସ୍ତ ଶତ୍ରୁ ବିଚାରବିମର୍ଶ କରି ଏକତ୍ର ହେଉଛନ୍ତି। ଦିନେ ହୁଏତ ସେମାନେ ଏକଜୁଟ ହୋଇ ଯୁଦ୍ଧରେ ଯୋଗ ଦେବେ ଓ ଆମେରିକାର ଅସ୍ତିତ୍ବ ରଖିବେ ନାହିଁ। ଆମେରିକା ଆଉ ଶକ୍ତିଶାଳୀ ହୋଇ ରହିବ ନାହିଁ।

ଯୁକ୍ତରାଷ୍ଟ୍ର ଆମେରିକା ଉପରେ ଆକ୍ରମଣ କରିବା ଲାଗି ଉତ୍ତର କୋରିଆର ସାମର୍ଥ୍ୟକୁ ମଧ୍ୟ ଅଲୀ ବକାରା ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ହଁ, ଆପଣ ତ ଜାଣନ୍ତି ବୋଧହୁଏ ଆମେରିକା ଉପରେ ଆକ୍ରମଣ କରିବା ଲାଗି ବିଶ୍ବରେ କେବଳ ଉତ୍ତର କୋରିଆର ସାମର୍ଥ୍ୟ ରହିଛି। କେବଳ ସେ ହିଁ ଆକ୍ରମଣ କରିପାରିବ। ଦିନେ ସେ ବି ଆମ ମେଣ୍ଟରେ ଯୋଗ ଦେବ।

CRIME