ଭାରତରେ ଆମାଜନର ବେଆଇନ କାର୍ଯ୍ୟ, ଖୋଲାଖୋଲି ଭାବେ ବିକ୍ରି କରୁଛି ଗଞ୍ଜେଇ : ଜାଣନ୍ତୁ ଏହା ଉପରେ କମ୍ପାନୀ ନିୟମ କ’ଣ ରହିଛି

ଅନଲାଇନ କମ୍ପାନୀ amazon ର ବେନିୟମ କାମ ର ଖୁଲାସା ହୋଇଛି I ଏହି ଅନଲାଇନ କମ୍ପାନୀ ଖୋଲା ଖୋଲି ଭାବରେ ବ୍ୟାନ କରାଯାଇଥିବା ନିଶା ଗଞ୍ଜେଇ ବିକ୍ରି କରୁଛି I
କମ୍ପାନୀ ନିୟମ NDPS ଅଧିନିୟମ ୧୯୮୫ ର ଧାରା ୩୮ ଅନୁଯାୟୀ, ଯଦି କୌଣସି କମ୍ପାନୀ ଦ୍ୱାରା ଅପରାଧ ବା ଅପରାଧିକ କାର୍ଯ୍ୟକଳାପ କରାଯାଏ ,ତେବେ ସେହି କମ୍ପାନୀରେ ଥିବା ସମସ୍ତ ସଦସ୍ୟ ,ଯିଏ କି ଏହି କମ୍ପାନୀ ଦ୍ୱାରା କରାଯାଉଥିବା ଏହି ଅପରାଧିକ କାର୍ଯ୍ୟକଳାପ ସମୟ ରେ କମ୍ପାନୀ ସହିତ ଜଡିତ ଥିବେ ,ସେହି ସମସ୍ତ ବ୍ୟକ୍ତିଙ୍କୁ କମ୍ପାନୀର ଅପରାଧିକ କାର୍ଯ୍ୟରେ ସଂ ପରିମାଣ ର ଦୋଷୀ ବୋଲି ଧରାଯିବ I
ସୂଚନା ଅନୁସାରେ ମଧ୍ୟପ୍ରଦେଶର ଭୀଣ୍ଡ ଜିଲ୍ଲାରେ ଅନ ଲାଇନ ଗଞ୍ଜା ବିକ୍ରି କରୁଥିବା ଏକ ରାକେଟ ଉପରେ ଚଚଢ଼ାଉ କରାଯାଇଥିଲା । ଶନିବାର ଦିନ ପୋଲିସ ASSL ଆମାଜନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ମାମଲାରେ ପୋଲିସ ଇ-କମର୍ସ କମ୍ପାନୀ ASSL ଆମାଜନକୁ ମଧ୍ୟ ଅଭିଯୋଗ କରିଛି। ପୋଲିସର ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ନଭେମ୍ବର ୧୩ ରେ ଭଣ୍ଡାର ଗୋହାଡ ଚୌରାହ ପୋଲିସ ଷ୍ଟେସନ ଅଞ୍ଚଳରେ ୨୧ କିଲୋଗ୍ରାମ ୭୩୪ ଗ୍ରାମ ଗଞ୍ଜେଇ ଉଦ୍ଧାର କରାଯାଇଥିଲା। ଚିମକା ନିବାସୀ ପିଣ୍ଟୁ ଏବଂ ଆଜାଦ ନାଗରର ବାସିନ୍ଦା ସୁରଜାରୁ ଙ୍କ ଠାରୁ ଏହି ଗଞ୍ଜେଇ ଉଦ୍ଧାର କରାଯାଇଛି। ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ମୁକୁଲ ଜୈସୱାଲଙ୍କୁ ଗ୍ୱାଲିଅର ଏବଂ ଗଞ୍ଜେଇ ଗ୍ରାହକ ଚିତ୍ରା ବାଲମିକଙ୍କୁ ମେହଗାଓଁରୁ ଗିରଫ କରିଥିଲା।
ପୋଲିସର ପଚରାଉଚରା ବେଳେ ଅଭିଯୁକ୍ତ ସୁରଜ ଏବଂ ମୁକୁଲଜୈସୱାଲ, ବାବୁ ଟେକ୍ସ ନାମକ ଏକ ନକଲି କମ୍ପାନୀ ଗଠନ କରିଥିବା ଜଣାପଡିଛି। ତା’ପରେ ASSL ଏହି କମ୍ପାନୀକୁ ଆମାଜନ କମ୍ପାନୀରେ ବିକ୍ରେତା ଭାବରେ ରେଜିଷ୍ଟର କରିଥିଲା | ଏହା ପରେ,ଏମାନେ ବିଶାଖାପାଟନମ୍ ଠାରୁ ନିର୍ଦ୍ଦିଷ୍ଟ ସ୍ଥାନରେ ଗ୍ରାହକଙ୍କୁ ଷ୍ଟିଭିଆ ଆକାରରେ ଗଞ୍ଜେଇ ଯୋଗାଉଥିଲେ | ପୋଲିସ ଅଧିକାରୀ କହିଛନ୍ତି ଯେ NDPS ଆକ୍ଟ 1985 ର ଧାରା 38 ଅନୁଯାୟୀ ASSL ଆମାଜନ କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରି ଜଣେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ଡ. ନରୋତ୍ତମ ମିଶ୍ର ଏହି ପ୍ରସଙ୍ଗରେ କହିଛନ୍ତି ଯେ ଆମାଜନ କମ୍ପାନୀ ର ଅଧିକାରୀମାନେ ଏହି ଘଟଣାର ତଦନ୍ତ ପାଇଁ ସହଯୋଗ କରୁନାହାଁନ୍ତି। ଯଦି ଏହା ଜାରି ରହେ, ତା’ହେଲେ ଏହାର ସିଇଓ ଏବଂ ଏମଡିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments (0)
Add Comment