ନୂଆଦିଲ୍ଲୀ: ଆମେରିକାର ଇ-କମର୍ସ ଜାଏଣ୍ଟ ଆମାଜନର ସିଇଓ ଆଣ୍ଡି ଜେସି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଭାରତରେ ୪ ବର୍ଷ ମଧ୍ୟରେ Amazon ୪୮ ବିଲିୟନ୍ ଡଲାର ନିବେଶ କରିବାକୁ ଯାଉଛି । ଏହା ବ୍ୟତୀତ କମ୍ପାନୀ ଏଆଇ କ୍ଷେତ୍ରରେ ଅତିରିକ୍ତ ୧୩ ବିଲିୟନ୍ ଡଲାର ନିବେଶ କରିବ ବୋଲି ମଧ୍ୟ ଘୋଷଣା କରିଛି । ୨୦୨୬ରୁ ୨୦୩୦ ମଧ୍ୟରେ କମ୍ପାନୀ ଏହି ନିବେଶ କରିବାକୁ ଯୋଜନା କରିଛି । ଏହା ସହ ଭାରତରେ ଏଆଇ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଆମାଜନ ସବୁଠାରୁ ବଡ଼ କମ୍ପାନୀ ହେବାକୁ ଯାଉଛି । ମୋଟ ୨୧ ବିଲିୟନ୍ ଡଲାର ନିବେଶ କରିବ ଆମାଜନ । ଏହି ନିବେଶ ମୁମ୍ବାଇ ଏବଂ ହାଇଦ୍ରାବାଦରେ AWS ଡାଟା ସେଣ୍ଟର କ୍ଷମତାକୁ ବିସ୍ତାର କରିବ, ଯାହା ଷ୍ଟାର୍ଟଅପ୍, ଉଦ୍ୟୋଗ ଏବଂ ସରକାରୀ ସଂଗଠନଗୁଡ଼ିକୁ କଷ୍ଟମ୍ AI ଚିପ୍ସ, ପରିଚାଳିତ AI ସେବା, ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ କ୍ଲାଉଡ୍ ପ୍ରଯୁକ୍ତିବିଦ୍ୟା ଏବଂ ଡେଭଲପର ଉପକରଣଗୁଡ଼ିକୁ ଦ୍ରୁତ ନବସୃଜନ, ଏବଂ ବିଶ୍ୱବ୍ୟାପୀ ଗ୍ରାହକମାନଙ୍କୁ ସେବା ପ୍ରଦାନ କରିବ। ତେବେ ୨୦୧୦ରୁ ୨୦୩୦ ମଧ୍ୟରେ ଭାରତରେ ଆମାଜନର ନିବେଶ ମୂଲ୍ୟ ୮୮ ବିଲିୟନ ଡଲାର ହେବ । Amazon ସିଇଓ ଜେସି କହିଛନ୍ତି, ଆମେ ଦଶ ବର୍ଷ ପୂର୍ବରୁ ଭାରତ ଆସିଥିଲୁ ଏବଂ ସେବେଠାରୁ ଆମର ବିଭିନ୍ନ ବ୍ୟବସାୟ ମାଧ୍ୟମରେ ଗ୍ରାହକ, ବିକ୍ରେତା, ଡେଭଲପର, ଷ୍ଟାର୍ଟ-ଅପ୍ ଏବଂ ଉଦ୍ୟୋଗଗୁଡ଼ିକୁ ସେବା ଯୋଗାଇ ଆସୁଛୁ। ପ୍ରତିକ୍ରିୟା ବହୁତ ଭଲରହିଛି, ବିଶେଷକରି ଆମର ଇ-କମର୍ସ, ଏଆଇ ଏବଂ କ୍ଲାଉଡ୍ ବ୍ୟବସାୟଗୁଡ଼ିକରେ ଦୃଢ଼ ଅଭିବୃଦ୍ଧି ଘଟିଛି ।