କଳା ସୋରିଷ ର ଅଦ୍ଭୁତ ଉପାୟ

କଳା ସୋରିଷ ଅଦ୍ଭୁତ ଉପାୟ ଦ୍ୱାରା ଅନେକ ପ୍ରକାର ର ସମସ୍ୟାରୁ ମୁକ୍ତି ଦେବା ସହିତ, ଦୁର୍ଭାଗ୍ୟକୁ ଦୂର କରି ଆପଣଙ୍କୁ ସୌଭାଗ୍ୟ ପ୍ରଦାନ କରିଥାଏ I ଏହା ସହିତ ସୋରିଷର ଏହି ପ୍ରୟୋଗ ଦାରିଦ୍ର୍ୟ ଏବଂ ଅର୍ଥ ସଙ୍କଟରୁ ମୁକ୍ତି ପାଇଥାଏ I ସୋରିଷ କୁ ସାଧାରଣତଃ ରୋଷେଇ ରେ ଅନେକ ପ୍ରକାର ମସଲା ଭାବରେ ବ୍ୟବହାର କରାଯାଏ I ଆଚାର ତିଆରିରେ ମଧ୍ୟ ସୋରିଷ ର ବ୍ୟବହାର ହୁଏ I ତେଣୁ ସୋରିଷ କୁ ରୋଷେଇ ର ଗର୍ବ ବୋଲି କୁହାଯାଏ I ଏହା ବ୍ୟତୀତ ସୋରିଷ ର ଅନେକ ପ୍ରକାର ତୁଟୁକା ଅନେକ ପ୍ରକାର ସମସ୍ୟାରୁ ମୁକ୍ତି ଦେଇଥାଏ I ଏହା ସହିତ, ସୋରିଷର ତୁଟୁକା ଦୁର୍ଭାଗ୍ୟକୁ ଦୂର କରି ଆପଣଙ୍କୁ ଭାଗ୍ୟବାନ କରିଥାଏ I ଏହା ନଜର ଦୋଷ କଟାଇବା ସହିତ ସୌଭାଗ୍ୟ ପ୍ରାପ୍ତି କରାଇଥାଏ I

ସୌଭାଗ୍ୟପ୍ରାପ୍ତି ପାଇଁ :

ଦୁର୍ଭାଗ୍ୟ ହଟାଇ ସୌଭାଗ୍ୟ ପ୍ରାପ୍ତି ପାଇଁ , ଏକ ପାତ୍ରରେ ପାଣି ରଖି ସେଥିରେ କିଛି ସୋରିଷ ର ପତ୍ର ପକାନ୍ତୁ ଏବଂ ଏହି ପାଣିରେ ଗାଧୋଇବା ଦ୍ୱାରା ଦୁର୍ଭାଗ୍ୟ ଦୂର ହୋଇଥାଏ I ଏହା ସହିତ, ଏହି ଉପାୟ କରିବା ଦ୍ୱାରା ଅନେକ ରୋଗ ମଧ୍ୟ ଦୂର ହୋଇଥାଏ I ଏହା ବ୍ୟତୀତ ବ୍ୟକ୍ତି ଦାରିଦ୍ୟତା ଏବଂ ଆର୍ଥିକ ସଙ୍କଟ ରୁ ମଧ୍ୟ ମୁକ୍ତି ପାଇଥାଏ I

ନଜର ଦୋଷ କାଟିବା ପାଇଁ :

ଯଦି ଛୋଟ ପିଲା ମାନେ ଚିଡିଚିଡା ହେଲେ କିମ୍ବା ବାରମ୍ବାର ରାଗୁଥାଏ , ତେବେ ତା ମୁଣ୍ଡ ଉପରୁ କିଛି ସୋରିଷ ଦାନ ଏବଂ ବେଯୋଡ ଲାଲ ଶୁଖିଲା ଲଙ୍କା କୁ ନେଇ ଏକ ନିଶ୍ୱାସ ରେ ତା ମୁଣ୍ଡ ଉପରୁ ବୁଲାଇ ଆଣି ପୋଡି ଦିଅନ୍ତୁ I ଏହି ଉପାୟ ଟି କିଛି ଦିନ ଆନ୍ତର ରେ କଲେ ପିଲା ର ଚିଡିଚିଡା ଦୋଷ କାଟିବା ସହିତ ରାଗ ଶାନ୍ତ ହୋଇ ଥାଏ I ଏହା ସହିତ ଆପଣ ଯଦି ଗୁରୁବାର ଦିନରେ କିଛି ସୋରିଷ ଦାନ କରନ୍ତି ଦିନସାରା ଶୁଭ ବୋଲି କୁହାଯାଏ I ଏହା ସହିତ ଅର୍ଥ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିବା ସାଙ୍ଗକୁ ଏହା ଆପଣଙ୍କୁ ରୂଣରୁ ମୁକ୍ତି ଦେଇଥାଏ I

Comments (0)
Add Comment