ବିଜେପିରେ ଯୋଗ ଦେଲେ ଅମରେନ୍ଦ୍ର ଦାସ, ଗତକାଲି ବିଜେଡି ଛାଡିଥିଲେ

ଭୁବନେଶ୍ୱର: ବିଜେପିରେ ଯୋଗଦେଲେ ଜଗତସିଂହପୁରର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ । ଶହଶହ କର୍ମୀଙ୍କ ସହ ଆସ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଦଳରେ ଯୋଗଦେଲେ ଅମରେନ୍ଦ୍ର । ଗତକାଲି ବିଜେଡି ଛାଡିଥିଲେ ଅମରେନ୍ଦ୍ର ଦାସ ।

ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିକୁ ଆସିଲି ବୋଲି କହିଛନ୍ତି ଅମରେନ୍ଦ୍ର । ସେ କହିଛନ୍ତି, ଦୀର୍ଘ ୨୭ ବର୍ଷ ଧରି ଆମେ ଦଳ ପାଇଁ କାମ କରିଛୁ ହେଲେ ଆମକୁ ନପଚାରି ନବାଗତଙ୍କୁ ସ୍ବାଗତ କରୁଥିବା ସେ କହିଛନ୍ତି ।

ବିଜେଡି ଜଗତସିଂହପୁର ଆସନ ପାଇଁ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିଛି । ହେଲେ ଅମରେନ୍ଦ୍ର ଦାସ ଉକ୍ତ ଆସନ ପାଇଁ ଆଶାୟୀ ଥିବାବେଳେ, ବିଜେଡି ଟିକେଟ୍ ନ ଦେବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିବା ଚର୍ଚ୍ଚା ହେଉଛି ।