ପୁଣି ‘ଆମ ବସ’ରେ ନିଆଁ : ଧୂଆଁମୟ ହେଲା ପରିବେଶ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପୁଣିଥରେ ‘ଆମ ବସ’ରେ ନିଆଁ । ପଟିଆରେ ଥିବା ଏକ ବସ୍ ଡିପୋରେ ବସ୍ ରେ ଅଗ୍ନିକାଣ୍ଡ ଘଟିଛି । ବସ୍ ରେ ନିଆଁ ଲାଗିବା ପରେ ସାରା ଅଞ୍ଚଳରେ ଧୂଆଁମୟ ହୋଇଯାଇଥିଲା । ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଛନ୍ତି । ଶେଷ ଖବର ସୁଦ୍ଧା ନିଆଁ ଲିଭା କାର୍ଯ୍ୟ ଜାରି ରହିଥିଲା । ତେବେ କେଉଁ କାରଣରୁ ବସରେ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି ।