ଆମ ରୋଷେଇ ଘରେ ଥିବା ଅନେକ ଜିନିଷ କୁ ପ୍ରୟୋଗ କରି ବାସ୍ତୁ ସମ୍ବନ୍ଧୀୟ ତ୍ରୁଟି ଦୂର କରିବାରେ ସହାୟକ ହୋଇଥାଏ I ବାସ୍ତବରେ, ଫିଟିକିରି ସହିତ ଜଡିତ କିଛି ବାସ୍ତୁ ଟିପ୍ସ ଅଛି ଯାହା କେବଳ ବାସ୍ତୁ ଦୋଷ କୁ ନିବାରଣ କରି ନ ଥାଏ ବରଂ ଘର ର ଆର୍ଥିକ ସ୍ଥିତି ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସମସ୍ୟାକୁ ମଧ୍ୟ ଦୂରକରିଥାଏ I ତେବେ ଆସନ୍ତୁ ଜାଣିବା ଫିଟିକିରି ର ବ୍ୟବହାର କରି କିପରି ବାସ୍ତୁ ଦୋଷ ନିବାରଣ କରିପାରିବା :
ଯଦି ପରିବାରରେ ସଦସ୍ୟଙ୍କ ଆୟରେ କ୍ରମାଗତ ଅବନତି ହେଉଥାଏ କିମ୍ବା ଯେତେ ରୋଜଗାର କରୁଥିଲେ ମଧ୍ୟ ଅଣ୍ଟୁ ନ ଥାଏ ତେବେ ପ୍ରତିଦିନ ଗାଧୋଇବା ପାଣିରେ ଖଣ୍ଡେ ଫିଟିକିରି ମିଶାଇ ସ୍ନାନ କରନ୍ତୁ I ଆର୍ଥିକ ସ୍ଥିତି ର ଜଲ୍ଦି ସୁଧାର ଆସିଥାଏ I
ଯଦି ଘରେ କୌଣସି ପ୍ରକାରର ବାସ୍ତୁ ତ୍ରୁଟି ଥାଏ, ତେବେ ଏହାକୁ ଦୂର କରିବା ପାଇଁ ଘରର କୌଣସି କୋଣରେ ଏକ ପାତ୍ରରେ ଖଣ୍ଡେ ଫିଟିକିରି ରଖି ଦିଅନ୍ତୁ I ଏହାକୁ ଏପରି ସ୍ଥାନରେ ରଖିବେ ଯେମିତି ସମସ୍ତଙ୍କ ନଜର ଏହା ଉପରେ ପଡୁଥିବ I ଏହା ଦ୍ୱାରା ଘରର ସମସ୍ତ ନ କାରାତ୍ମକ ଶକ୍ତି ଦୂର ହୋଇଥାଏ I
ଯଦି ବ୍ୟବସାୟରେ ଆର୍ଥିକ କ୍ଷତି ହେଉଥାଏ , ତେବେ ଫିଟିକିରି ର କିଛି ଖଣ୍ଡକୁ ନାଲି କପଡ଼ାରେ ବାନ୍ଧି ବ୍ୟବସାୟ ସ୍ଥଳ ର ମୁଖ୍ୟ ଫାଟକ ରେ ଟାଙ୍ଗି ଦିଅନ୍ତୁ I ଏହା ଦ୍ୱାରା ବ୍ୟବସାୟରେ ଆର୍ଥିକ ଲାଭ ହୋଇଥାଏ I
ଯଦି ଋଣ ଭାରରେ ବୁଡି ରହୁଥାନ୍ତି ଏବଂ ଏଥିରୁ ମୁକ୍ତି ପାଇବାକୁ ଚାହୁଁଥାନ୍ତି , ତେବେ ଖଣ୍ଡେ ଫିଟିକିରି କୁ ସିନ୍ଦୁର ସହିତ ମିଶାଇ ପାନ ପତ୍ରରେ ଗୁଡ଼ାଇ ବୁଧବାର ଦିନ ଏକ ଅଶ୍ୱସ୍ଥ ଗଛ ତଳେ ରଖି ଦିଅନ୍ତୁ I ଏହା କରିବା ଦ୍ୱାରା ଆପଣ ଶୀଘ୍ର ଋଣ ଭାର ରୁ ମୁକୁଳି ପାରିବେ I