ଟିମ୍ ଇଣ୍ଡିଆର ସମସ୍ତ ଟିକେଟ୍ ବିକ୍ରି, ସୂଚନା ଦେଲା କ୍ରିକେଟ ବୋର୍ଡ

ଭାରତୀୟ କ୍ରିକେଟର ଲୋକପ୍ରିୟତା ସହିତ ସମସ୍ତେ ପରିଚିତ । ଖାଲି ସେତିକି ନୁହେଁ ଭାରତୀୟ କ୍ରିକେଟର ପ୍ରଶଂସକମାନେ ଦେଶର କୋଣ ଅନୁକୋଣରେ ଦେଖିବାକୁ ମିଳିଲେଣି । ଟିମ୍ ଇଣ୍ଡିଆ କେଉଁ ସ୍ତାନକୁ ଖେଳିବାକୁ ଯାହାଉଛି ତାହାର ନଜର ମଧ୍ୟ ପ୍ରସଂଶକମାନେ ରଖୁଛନ୍ତି । ତେବେ ଟିମ ଇଣ୍ଡିଆ ୧୮ ଅଗଷ୍ଟରୁ ଆୟର୍ଲାଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ । ଭାରତୀୟ କ୍ରିକେଟ ଏହା ତୃତୀୟ ଥର ପାଇଁ ଆୟର୍ଲାଣ୍ଡ ଯାତ୍ରା କରୁଛି । ପୂର୍ବରୁ ମଧ୍ୟ ଦୁଇଟି ମ୍ୟାଚ୍ ଟିମ ଇଣ୍ଡିଆ ଖେଳି ସାରିଛି । ଏଥର ଭାରତ ୩ ମ୍ୟାଚ ବିଶିଷ୍ଟ ଟି-୨୦ ଖେଳିବ । ଜସପ୍ରିତ ବୁମେରାଙ୍କ ଅଧିନାୟକତ୍ୱରେ ଏଠାରେ ମ୍ୟାଚ ଖେଳାଯିବ । ତେବେ ଏଠାରେ ଏହି ଦୁଇଟି ମ୍ୟାଚ୍ର ଟିକେଟ ବିକ୍ରିକୁ ନେଇ ଆୟର୍ଲାଣ୍ଡ କ୍ରିକେଟ ବୋର୍ଡ ସୂଚନା ଦେଇଛି ।

ଏଠାରେ ଭାରତ ମ୍ୟାଚ ଦେଖିବାକୁ ଭାରତୀୟ ପ୍ରଶଂସକମାନେ ବହୁତ ଆଗ୍ରହୀ ଅଛନ୍ତି । ଏହା ଦେଖିବାକୁ ମିଳିଛି ଏହି ୨ଟି ଟି-୨୦ ମ୍ୟାଚର ସମସ୍ତ ଟିକେଟ ବିକ୍ରି ହୋଇ ସାରିଛି । ଏହା ବିଷୟରେ ଆୟର୍ଲାଣ୍ଡ କ୍ରିକେଟ ବୋର୍ଡ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ବୋର୍ଡ ଲେଖିଛି ଭାରତ ଆୟର୍ଲାଣ୍ଡ ମଧ୍ୟରେ ପ୍ରଥମ ଦୁଇଟି ଟି -୨୦ ମ୍ୟାଚ ପାଇଁ ସମସ୍ତ ଟିକେଟ ବିକ୍ରି ହୋଇ ସାରିଛି । ଆମେ ଆପଣଙ୍କୁ କହିରଖୁଛୁ ତୃତୀୟ ମ୍ୟାଚ ପାଇଁ ସମସ୍ତ ଟିକେଟ ମଧ୍ୟ ଶିଘ୍ର ବିକ୍ରି ହେବାରେ ଲାଗିଛି । ଏହି ସମସ୍ତ ମ୍ୟାଚ ‘ଦ ଭିଲେଜ’ ମାଲାହାଇଡ କ୍ରିକେଟ କ୍ଲବ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ । ଯେଉଁଥିରେ ୧୧୫୦୦ ଦର୍ଶକଙ୍କ କ୍ଷମତା ରହିଛି ।

ଇଂଲଣ୍ଡରେ ଖେଳାଯାଇଥିବା ୨୦୦୯ ଗ୍ରୃପର ଟି-୨୦ ବିଶ୍ୱକପ ମ୍ୟାଚରେ ମହେନ୍ଦ୍ରସିଂ ଧୋନୀ ଅଧିନାୟକତ୍ୱରେ ଆୟର୍ଲାଣ୍ଡକୁ ୮ ୱିକେଟରେ ପରାସ୍ତ କରିଥିଲା । ଏହା ପରେ ଆୟର୍ଲାଣ୍ଡ ବିପକ୍ଷରେ ସମସ୍ତ ୫ ଟି ମ୍ୟାଚ ଜିତିଥିଲା । ଆୟର୍ଲାଣ୍ଡର ଦଳର ବ୍ୟାଟ୍ସମ୍ୟାନ ଏବଂ ୱିକେଟ କିପର କହିଛନ୍ତି ଭାରତର ମୁକାବୁଲା କରିବା କଠିନ । ଏହା ଛଡା ସେ କହିଛନ୍ତି ଭାରତ ଏଠାରେ ବହୁ ସମର୍ଥନ ପାଇବ । ଏହାଛଡା ଆୟର୍ଲାଣ୍ଡରେ କ୍ରିକେଟ ପାଇଁ ଏହି ଭିଡ ଭଲ ଏହା ଦଳକୁ ଉତ୍ସାହିତ କରିବ ।

ସେ ଆହୁରି ମଧ୍ୟ କହିଛନ୍ତି ଆମେ ବିଶ୍ୱକପ ମଧ୍ୟ ଖେଳିଛୁ । ଏହା ପୂର୍ବରୁ ଆମେ ଭାରତ ବିପକ୍ଷରେ ମଧ୍ୟ ଖେଳିଛୁ । ଆମେ ଜାଣିଛୁ ଏପରି ମ୍ୟାଚ ପାଇଁ ଆମ ଉପରେ ଅନେକ ଚାପ ପଡିଥାଏ । ଏହି ବର୍ଷ ଆମେ ଅନେକ ମ୍ୟାଚ ଖେଳିଛୁ । ଏହି ମ୍ୟାଚ ପାଇଁ ଆମେ ମଧ୍ୟ ପ୍ରସ୍ତୁତ ଅଛୁ । ଆମେ ସ୍କଟଲ୍ୟାଣ୍ଡରେ ଭଲ ପ୍ରଦର୍ଶନ କରିଛୁ । ଏହା ଛଡା ଆଗକୁ ହେବାକୁ ଥିବା ବିଶ୍ୱକପ ପାଇଁ ଆମେ ପ୍ରସ୍ତୁତ ରହିଛୁ । ତେବେ ଟିମ ଇଣ୍ଡିଆ ପାଇଁ ଏହି ମ୍ୟାଚ ଅଧିକ ସ୍ୱତନ୍ତ୍ର କାରଣ ୧୧ ମାସ ପରେ ଭାରତର ବୋଲର ଜସପ୍ରିତ ବୁମେରା ଫେରୁଛନ୍ତି । ସେ ଏବେ ଟିମ ଇଣ୍ଡିଆର କାର୍ଯ୍ୟ ଭାର ସମ୍ଭାଳିବେ ।