ସିଏମଓରୁ ହଟିଲେ ସବୁ ଅଫିସର

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଆସିବା ପରେ ସିଏମଓରୁ ପୂର୍ବରୁ କିଛି ଅଫିସର ନିଜ ନିଜର ଇସ୍ତଫାଦେଇଥିବାବେଳେ ଏବେ ସବୁ ଅଫସରଙ୍କୁ ହଟାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସବୁ ଓଏସଏସ  ଅଫିସରଙ୍କୁ ହଟାଯାଇଛି । ଜଣେ ଅନୁସଚିବ ଓ ୬ ଜଣ ସେକ୍ସନ ଅଫିସରଙ୍କୁ ହଟାଯାଇଛି । ସିଏମଓରେ ଥିବା ୧୫ ଜଣ ଏଏସଓଙ୍କୁ ମଧ୍ୟ ହଟାଯାଇଛି । ସିଏମଓରୁ ହଟାଯାଇ ସେମାନଙ୍କୁ ନିଜ ପ୍ରଶାସନିକ ବିଭାଗକୁ ପଠାଯାଇଥିବା ଜଣାଯାଇଛି । ନୂଆ ମୁଖ୍ୟମନ୍ତ୍ରୀ ରାଜ୍ୟ ଅତିଥି ଭବନରୁ ସରକାର ଚଳାଇଛନ୍ତି । ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ରାଜ୍ୟ ଅତିଥି ଭବନରେ ୱାନ୍-ଟୁ-ୱାନ୍ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ।  ଏସବୁ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଅଫିସର ନବକଳେବର ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କାର୍ୟ୍ୟରତ ଥିବା ଓଏସଏସ କ୍ୟାଡର ଅଧିକାରୀଙ୍କୁ ବଦଳି କରାଯାଇଛି । ୨୨ ଜଣ ଓଏସଏସ ଅଧିକାରୀଙ୍କୁ ସିଏମଓରୁ ଅପସାରଣ କରାଯାଇଛି । ସେମାନଙ୍କୁ ନିଜ ବିଭାଗକୁ ବଦଳି କରାଯାଇଛି । ଓଏସଏସ କ୍ୟାଡରର ଅନେକ ଅଧିକାରୀ ବଦଳି ହୋଇଥିବା ବେଳେ ଆହୁରି ଅନେକ ପୁରୁଣା ଅଧିକାରୀ ସିଏମଓରେ ରହିଛନ୍ତି । ତେଣୁ ସେମାନଙ୍କ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାର୍ୟ୍ୟ କରିବେ ନା ସେମାନଙ୍କୁ ମଧ୍ୟ ବଦଳି କରାଯିବ ତାହା ଉପରୁ ପରଦା ହଟିନି ।