ମହାପ୍ରଭୁ ଶ୍ରୀଜିଉଙ୍କର ସମସ୍ତ ଜମିର ଡିଜିଟାଇଜେସନ ହେବ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସମସ୍ତ ଜମିର ଡିଜିଟାଇଜେସନ ହେବ। ଏଥିପାଇଁ ପ୍ରାୟ ୧୧ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି। ଓଡ଼ିଶାରେ ଥିବା ଶ୍ରୀଜନ୍ନାଥଙ୍କର ୩୫ ହଜାର ଏକର ଜମିର ଡିଜିଟାଇଜେସନ ହେବ ବୋଲି ସେ ସୂଚନା ଦେଇଛନ୍ତି। ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ଟଙ୍କାକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି ବୋଲି ସେ କହିଛନ୍ତି।

ମହାପ୍ରଭୁଙ୍କ ନାମରେ ଥିବା ଜମିର ଡିଜିଟାଇଜେସନ ହୋଇପାରିଲେ ଭୂଲେଖ ଭଳି ମହାପ୍ରଭୁଙ୍କ ଜମି ଚିହ୍ନଟ କରିବା ସହଜ ହେବ। ଏହା ଛଡ଼ା ମହାପ୍ରଭୁଙ୍କ ଜମି ଦଖଲ କରିଥିବା ଲୋକେ ଅନ୍‌ଲାଇନ୍ ମାଧ୍ୟମରେ ରାଜସ୍ୱ ପୈଠ କରିପାରିବେ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି। ଏବେ କର୍ମଚାରୀ ଅଭାବରରୁ ମହାପ୍ରଭୁଙ୍କ ଜମିର ରାଜଭାଗ ବା ରାଜସ୍ୱ ଠିକ୍ ଭାବେ ଆଦାୟ ହୋଇପାରୁନି ବୋଲି ସେ କହିଛନ୍ତି।

ତେବେ ଆସନ୍ତା ମାର୍ଚ୍ଚ ମାସ ୧୭ ତାରିଖରେ ହେବାକୁ ଥିବା ବଜେଟ ପୂର୍ବ ବୈଠକରେ ଏବାବଦରେ ନିଷ୍ପତ୍ତି ନିଆଯାଇ ଚଳିତ ବର୍ଷ ବଜେଟରେ ଉପସ୍ଥାପିତ ହେବ। ଆସନ୍ତା ୧୭ ତାରିଖରେ ବସିବାକୁ ଥିବା ଫାଇନାନସ୍ କମିଟି ବୈଠରେ ଡିଜିଟାଇଜେସନ ଅଫ ଲ୍ୟାଣ୍ଡ ରେକର୍ଡ, ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ ପୁରୀ, ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ଥିବା ଜମି ରାଜ୍ୟ ସରକାରଙ୍କ ଭୂଲେଖ ଭଳି ଏକତ୍ରିତ ହେବ ବୋଲି ଅଜୟ ଜେନା କହିଛନ୍ତି।