ଆସନ୍ତା ୨୮ ତାରିଖରୁ ଖୋଲିବ ରାଜ୍ୟର ସମସ୍ତ ଅଙ୍ଗନଓ୍ଵାଡିି କେନ୍ଦ୍ର

ରାଜ୍ୟରେ ମାର୍ଚ୍ଚ ୨୮ ତାରିଖରୁ ଖୋଲିବ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର I ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ନେଇ ସରକାରଙ୍କ ପକ୍ଷରୁ ଏସଓପି ଜାରି ହୋଇଛି । ଏସଓପି ଅନୁସାରେ, ସକାଳ ୭ଟା ୩୦ରୁ ସକାଳ ୯ଟା ୩୦ ପର୍ଯ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯିବ । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିିଠି ଲେଖିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ।
ଯଦି କୌଣସି ସ୍ଥାନରେ ଅସୁବିଧା ଥାଏ, ତାହାର ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ନେବ । ସବୁ ଅଙ୍ଗନବାଡ଼ି କର୍ମୀ ସମ୍ପୂର୍ଣ୍ଣ କୋଭିଡ ଟିକା ନେବା ବାଧ୍ୟତାମୂଳକ ହୋଇଛି । ଯଦି କେହି ଉଦ୍ଦେଶ୍ୟମୂଳକ ଭାବେ ଟିକା ନେଇ ନଥାନ୍ତି, ତେବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସେଠାରେ ଛୋଟ ପିଲାଙ୍କୁ ଖାଇବାକୁ ଦିଆଯିବା ବେଳେ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯିବ। କୋଭିଡର ୨ୟ ଲହରରେ ସଂକ୍ରମଣ ବଢିବା ପରେ ୨୦୨୧ ଏପ୍ରିଲ ୧୯ ତାରିଖରୁ ବନ୍ଦ ରହିଥିଲା ଅଙ୍ଗନୱାଡି।