ଅକ୍ଷୟ ତୃତୀୟା ଆସନ୍ତା ୦୩ ମଇରେ ପାଳନ କରାଯିବ I ପ୍ରତିବର୍ଷ ବୈଶାଖ ମାସର ଶୁକ୍ଲ ପକ୍ଷର ତୃତୀୟା କୁ ଅକ୍ଷୟ ତୃତୀୟା ଭାବରେ ପାଳନ କରାଯାଏ I ଏହିଦିନ କୌଣସି ଜାତକ ,ତିଥି ,ବାର ନ ଦେଖି ସମସ୍ତ ପ୍ରକାର ଶୁଭ କର୍ମ ଯଥା,ବିବାହ,ଗୃହ ପ୍ରବେଶ, ନୂତନ ବ୍ୟବସାୟ ଆରମ୍ଭ ମାନ କରାଯାଇଥାଏ I ଏହାଛଡା ଏହିଦିନ ସୁନା ରୂପା ସହିତ ଅନେକ ଦ୍ରବ୍ୟ କିଣି ଘରକୁ ଅଣାଯାଇଥାଏ ଏହାର ଧାର୍ମିକ ବିଶ୍ୱାସ ହେଉଛି ଏହି ଦିନରେ ପ୍ରାପ୍ତ ଧନ, ସମ୍ପତ୍ତି ଏବଂ ଗୁଣାତ୍ମକ ଫଳଗୁଡ଼ିକ ଅକ୍ଷୟ ରହିଥାଏ I ଏହି ଦିନ ନିଜ ରାଶି ଅନୁଯାୟୀ ଜିନିଷ କିଣିବା ଦ୍ୱାରା ବ୍ୟକ୍ତି ର ସୌଭାଗ୍ୟ ବୃଦ୍ଧି ହୋଇଥାଏ I ଆସନ୍ତୁ ଜାଣିବା ରାଶି ଅନୁଯାୟୀ କେଉଁ ଦ୍ରବ୍ୟ କିଣାଯିବ I
ଅକ୍ଷୟ ତୃତୀୟା ରେ ରାଶି ଅନୁଯାୟୀ କିଣନ୍ତୁ
ମେଷ: ଅକ୍ଷୟ ତୃତୀୟା ଅବସରରେ, ମେଷ ରାଶିର ଲୋକମାନେ ଲାଲ୍ ମସୁର ଡାଲି କିଣନ୍ତୁ I ଏହା ପରିବାରରେ ସୁଖ ପ୍ରାପ୍ତି କରିବ I
ବୃଷ: ବୃଷ ରାଶିର ବ୍ୟକ୍ତିମାନେ ଅକ୍ଷୟ ତୃତୀୟା ଦିନ ମାଣ୍ଡିଆ କିମ୍ବା ଚାଉଳ କିଣନ୍ତୁ I ଏହା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି କରିବ I
ମିଥୁନ: ଅକ୍ଷୟ ତୃତୀୟା ଦିନ ଆପଣ ପୋଷାକ, ସବୁଜ ରଙ୍ଗ ର ଗୋଟା ମୁଗ କିମ୍ବା ଧନିଆ କିଣିବା କିଣନ୍ତୁ I ଏହା ଆପଣଙ୍କ ପାଇଁ ଶୁଭ ହେବ I
କର୍କଟ: ଆପଣଙ୍କ ରାଶିର ଶାସକ ଗ୍ରହ ହେଉଛି ଚନ୍ଦ୍ର, ତେଣୁ ଏହି ରାଶିର ବ୍ୟକ୍ତି ମାନେ ଅକ୍ଷୟ ତୃତୀୟା ଦିନ ଧଳା ରଙ୍ଗ ର ଚାଉଳ କିମ୍ବା କ୍ଷୀର କିଣିବା ଉଚିତ୍ I ଏହା ଆପଣଙ୍କ କ୍ୟାରିଅର ରେ ଉନ୍ନତି ପାଇଁ ଲାଭ ଦାୟକ ହେବ I
ସିଂହ : ସିଂହ ରାଶିର ଶାସକ ଗ୍ରହ ହେଉଛି ସୂର୍ଯ୍ୟ I ଏହି କାରଣରୁ, ଏହି ଦିନ ସିଂହ ରାଶିର ବ୍ୟକ୍ତି ମାନେ ତମ୍ବା ବାସନ କିମ୍ବା ନାଲି ପୋଷାକ କିଣିବା ଉଚିତ୍ I ଏହା ଆପଣଙ୍କ ପ୍ରଗତିରେ ସହାୟକ ହେବ I
କନ୍ୟା : ଅକ୍ଷୟ ତୃତୀୟା ଦିନ କନ୍ୟା ରାଶି ର ବ୍ୟକ୍ତିଙ୍କ ପାଇଁ ମୁଙ୍ଗ ଡାଲି କିଣିବା ଶୁଭ ହେବ I ଏଥିରେ ଆପଣଙ୍କ ଗୁଣ ଅକ୍ଷୟ ହେବା ଶୀତ ସାମାଜିକ ପ୍ରତିଷ୍ଠା ବଢିବ I
ତୁଳା : ଏହି ରାଶିର ବ୍ୟକ୍ତି ମାନେ ଅକ୍ଷୟ ତୃତୀୟା ଦିନ ଧଳା ଚାଉଳ କିମ୍ବା ଚିନି କିଣିବା ଉଚିତ୍ I ଏହା ଆପଣଙ୍କ ଜୀବନ ରେ ଖୁସି ଦ୍ବିଗୁଣିତ କରିବ I
ବିଛା: ଅକ୍ଷୟ ତୃତୀୟା ଅବସରରେ ଆପଣଙ୍କ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଗୁଡ଼ କିମ୍ବା ପାଣି କିଣିବା ଶୁଭ ହେବ I ଏହା ଦ୍ୱାରା ସୌଭାଗ୍ୟ ବୃଦ୍ଧି ପାଇବା ସହିତ ବହୁଦିନରୁ କରିଥିବା ଆଶା ପୁରଣ ହେବ I
ଧନୁ : ଧନୁ ରାଶିର ଶାସକ ହେଉଛନ୍ତି ବୃହସ୍ପତି, ତେଣୁ ଏହି ରାଶିର ବ୍ୟକ୍ତି ମାନେ ହଳଦିଆ ଚାଉଳ,ମୁଗ ଡାଲି କିମ୍ବା ପାଚିଲା କଦଳୀ କିଣନ୍ତୁ I ଏହା ଆପଣଙ୍କ ସୌଭାଗ୍ୟ ବୃଦ୍ଧି କରିବ I
ମକର: ମକର ରାଶିର ଶାସକ ହେଉଛନ୍ତି ଶନି I ଅକ୍ଷୟ ତୃତୀୟା ଦିନ ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ହରଡ଼ ଡାଲି କିଣିବା ଶୁଭ ହେବ I ଏହା ଦ୍ୱାରା ଆପଣଙ୍କ ସମ୍ମାନ ବଢିବ I
କୁମ୍ଭ: ଏହି ରାଶିର ପ୍ରଭୁ ମଧ୍ୟ ଶନି ଦେବ I ତେଣୁ କୁମ୍ଭ ରାଶିର ବ୍ୟକ୍ତି ମାନେ ଅକ୍ଷୟ ତୃତୀୟା ରେ କଳା ରାଶି କିମ୍ବା କଳା ବସ୍ତ୍ର କିଣିବା ଉଚିତ୍ I ଏହା ଆପଣଙ୍କ ମାନସିକ ଶାନ୍ତି ବୃଦ୍ଧି କରିବ I
ମୀନ : ଏହି ରାଶିର ସ୍ୱାମୀ ହେଉଛନ୍ତି ବୃହସ୍ପତି I ଏହି ରାଶିର ବ୍ୟକ୍ତି ମାନେ ଅକ୍ଷୟ ତୃତୀୟା ରେ ବୁଟ ଡାଲି କିମ୍ବା ହଳଦୀ କିଣିବା ଉଚିତ୍ I ଏହା ଆପଣଙ୍କ ସୌଭାଗ୍ୟ ବୃଦ୍ଧି କରିବ I